ପରିବାର
ପରିବାର
କ୍ଷୁଦ୍ର ମୋର ପରିବାର,
ସଂସାରରେ ସାର।
ଏହିଠାରେ ଅଛି ମୋର,
କେତେ ଅଧିକାର?
ଘର ମୋର ପଲ୍ଲୀପୁର,
ସରଗର ଭୂଇଁ।
ମାଆ କୋଳେ ଖେଲୁଥିଲି,
ଅମାନିଆ ହୋଇ।
ବୁଲୁଥିଲୁ ସାହି ସାହି,
ମନଭୁଲା ଗୀତଗାଇ।
ବାପା, ମାଆ ଡାକଦେଇ,
ସ୍ନେହ କଲେ ରହି।
ନାହିଁ ଦୁଃଖ ନାହିଁ ଶୋକ,
ତାଙ୍କ ପାଖେ ଥାଇ।
ଦୁଃଖ କଲେ ବ୍ୟସ୍ତ ହେଲେ,
ଖାଲି ମୋର ପାଇଁ।
ସାତଜଣ ପରିବାର,
ଏହା ମୋ ମନ୍ଦିର।
ମୋ ମନ୍ଦିରେ ପୂଜା ପାଆନ୍ତି,
ଏକା ମୋ ଈଶ୍ବର।
ଈଶ୍ବର କହିଲେ ବୁଝେ,
ଏକା ପିତାମାତା।
ପିତା ଦେବ ମାତା ଦେବୀ,
ସେ ଭାଗ୍ଯ ବିଧାତା।
ଦେଲେ କେତେ ଆଶ୍ୱାସନା,
ଜୀବନ ଗଢିବା ପାଇଁ।
ଧନ୍ଯ ମାତା ଧନ୍ଯ ପିତା,
ଧନ୍ଯ ତୁମ୍ଭ କାର୍ଯ୍ୟ।
ଚାରିଯୁଗେ ଶୁଭୁଥାଉ,
ତୁମ୍ଭ ଜୟ ଜୟ।
