STORYMIRROR

JASOBANTA SAHU

Others

3  

JASOBANTA SAHU

Others

ବିଦେଶ ନୁହେଁ ମୋ ଦେଶ ଲୋଡା

ବିଦେଶ ନୁହେଁ ମୋ ଦେଶ ଲୋଡା

1 min
124

        

ଛୋଟ ହେଲେ ହେଉ ମୋ ଘରଦୁଆର

                                ମୋ ଗାଁଆ ଦାଣ୍ତ ଭୁଇଁ,

ସରଗୁ ସୁନ୍ଦର ସାଗରୁ ଭଣ୍ଡାର

                       ତୁହାକୁ ତୁହା ରଖଇ।

ବିଦେଶେ ମୁଁ ଥାଇ ମନେ ମୋ ପଡଇ

                             ସ୍ବପ୍ନେ ଆସେ ବାରମ୍ବାର,

ୟାକୁ ହିଁ କହନ୍ତି ଈଶ୍ବରଙ୍କ କୃପା

                         କିଏ କରିପାରେ ଦୂର।

ବିଦେଶରେ ଅଛି ବଡ କୋଠାଘର

                          ଟଙ୍କା, ସୁନା, ଗାଡି, ଘୋଡା,

ତଥାପି ତହିଁରେ ମନ ମୋ ବଳୁନି

                           ଗାଁଆ ମାଟି ହୁଏ ଲୋଡା।

ଯେତେ ସୁ ସୁଆଦୁ ଖାଦ୍ୟ ଖାଇଲେ ବି

                              ପାଟିକୁ ରୁଚଇ ନାହିଁ,

ବାସି ପଖାଳ ଓ ସୁଖୁଆ ପୋଡାକୁ

                            ମନ ମୋ ନିତ୍ଯ ଖୋଜଇ।

ମାଁ ବାପା ପୁଣି ଭାଇ ଓ ଭଉଣୀ

                           କେହି ତ ନାହାଁନ୍ତି ସାଥେ,

ବିପଦ କାଳରେ କିଏ? ସାଥି ହେବ

                              ନିଜକୁ ନିଜେ ମୁଁ ଡାକେ।

ଅଚିହ୍ନା ,ଅଜଣା ସହରଟି ଏହି

                           କିଏ? ବା ଅଛି କା ପାଇଁ,

ଭଲରେ ହେଉ କି ମନ୍ଦରେ ହେଉ ବା

                          ନିଜେ ହିଁ ନିଜର ପାଇଁ।

ରୁମ୍ ସାଥିମାନେ ସାଙ୍ଗରେ ଥିଲେ ବି

                            ହୃଦରେ କପଟ ତାଙ୍କ,

କେଉଁ? ଚାହାଣିରେ ଚାହିଁ ରହିଥିବେ

                             ମୁହଁ କରିଥିବେ ବାଙ୍କ।

କଥାରେ ଭାସିବେ ମଧୁର ବଚନ

                              ପଛରୁ କାଟିବେ ପେନ୍ଦି,

ସ୍ବାଧୀନତା ଥାଇ ସ୍ବାଧୀନତା ନାହିଁ

                              ଜୀବନ ଲାଗଇ ବନ୍ଦୀ।

ବିଦେଶେ ରଖିଛି ଧନ ଦରବ ତ

                            ସମସ୍ତ ଯୋଡ଼ାକୁ ଯୋଡା,

ତଥାପି ମୁଁ କୁହେ ବିଦେଶ ନୁହେଁ ମୋ

                       ମୋ ପାଇଁ ମୋ ଦେଶ ଲୋଡା।


Rate this content
Log in