STORYMIRROR

Prakash Ranjan Parida

Others

2  

Prakash Ranjan Parida

Others

ତୁ ଥିଲେ ଦେଖି ଥାଆନ୍ତୁ

ତୁ ଥିଲେ ଦେଖି ଥାଆନ୍ତୁ

1 min
13.3K


ଉଜୁଡି ଯାଇଛି.

ତୋ ଟଣା ଟଣା ଆଖି ଭିତରେ,

ମୋ ମୁହଁ ଦେଖିବାର ସୁନେଲି ସ୍ୱପ୍ନ,

ଭାଙ୍ଗି ଯାଇଛି କାଚ ପରି ମନ,

ବଦଳିଛି ବି ଗତି ଜୀବନର ।


ପିଲା ଦିନେ ମତେ ଛୁଁ' ଖେଳରେ,

ହାରିଯିବା ବେଳେ ତୁ' ଯେମିତି ଲୁଚୁଥିଲୁ,

ଆଜି ସେମିତି ଲୁଚି ଯାଇଛୁ ଯେ-

ତତେ ଖୋଜି ଖୋଜି,

ଫଗୁଣ ଯାଇ ବୈଶାଖ ଫେରିଛି,

ଗାଁ ମୁଣ୍ଡ ନଣ୍ଡା ପାହାଡେ କେତେ କେତେ ନୂଆ ଗଛ ଉଠି ସାରିଛି ।


ବଣକୁ ଗଲେ ତୋ’ପାଇଁ ମୁଗୁନି ପଥର ଆଜି ବି ଆଣୁଛି,

ଯେଉଁ ପଥରକୁ ଠାକୁର କହି ତୁ ମୁଣ୍ଡରେ ଲଗାଉ,

ଏବେ ତୁ ଆସିଲେ ମତେ ଦେଖି ନିଶ୍ଚୟ କହନ୍ତୁ,

‘‘ତୁ ବହୁତ ଭାଙ୍ଗିଯାଇଛୁ’’

କାରଣ ଦୁଇ ଚାରିଦିନ ତୁ ଯେଉଆଡେ ଗଲେ ବି

ଫେରିଆସି ଏଇ କଥା କହୁ ।।

...

Email:litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍