Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Dash

Others

4  

Ranjan Kumar Dash

Others

ଟିକିଏ ଭୁଲ୍

ଟିକିଏ ଭୁଲ୍

1 min
391


            

ରାସ୍ତାରେ ମୁହିଁ ଯାଉଥିଲି ଯେବେ ସବୁ ଭଲଥିଲା ପଥେ

ଯାଉଥିଲା ପଥେ ସୁନ୍ଦରୀ ତରୁଣୀ ଡାକୁଥିଲା ମୋତେ ସତେ

ଏପଟ ସେପଟ ଚାହିଁ ଦେଲି ଗାଡ଼ି ମାଡ଼ ହୋଇଲା ଗଛରେ 

ଟିକିଏ ଭୁଲ କରିଦେଲି ସତେ ଜୀବନ ପାଇଲି ଥରେ ।


ପାଠ ପଢୁଥିଲି ମନଦେଇ ମୁହିଁ ବିଦ୍ୟାଳୟେ ଥିଲା ନାମ

ଦୁଷ୍ଟପିଲା ସଙ୍ଗେ ସାଥୀ ହେଲି ଯେବେ ହେଲିମୁହିଁ ବଦନାମ

ଟିକିଏ ଭୁଲ ପାଇଁ ଆଜି ମୁଁ ଯେ ଝୁରୁଛି ସେ ପିଲାଦିନ

ନାଁ କରିଥିବା ପିଲାର ଦୁଃଖ କୁ ସୁଖ ତ ସାତ ସପନ ।


ବିବାହ ପ୍ରସ୍ତାବ ପଡ଼ିଲା ଯେବେରେ ମନ କୁରୁଳି ଉଠିଲା

ଶୀଘ୍ର କିପରି ବାହାହେବି ଭାବି ମନ ଛନଛନ ହେଲା

ପରିବାର କଥା ନ ଭାଙ୍ଗି ବିବାହ ପ୍ରସ୍ତାବ ରେ ହେଲି ରାଜି

ଟିକିଏ ଭୁଲ ପାଇଁ କି ଗୁମୁରି ଗୁମୁରି ଏବେ କାନ୍ଦୁଛି ।



Rate this content
Log in