Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Dash

Others

3  

Ranjan Kumar Dash

Others

ନୂଆ ବରଷ

ନୂଆ ବରଷ

1 min
131


ବସନ୍ତ ଯାଇଛି ଗ୍ରୀଷ୍ମ ଆସିଅଛି ଆସିଛି ନୂଆ ବରଷ

ଭୁଲି ରାଗ ରୁଷା କ୍ରୋଧ ଓ କପଟ ମନରେ ଆଣ ହରଷ।


ପହିଲି କିରଣ କେତେ ଆଶା ନେଇ ଆସିଛି ନୂଆ ସୂରୁଜ 

ଶାନ୍ତି ଭରିଦେଉ ସଭିଙ୍କ ହୃଦୟେ ବୁଣି ପ୍ରେମ ର ମୁରୁଜ 


ବାର ମାସେ ତେର ପରବ ଆମର ଏଇତ ଓଡ଼ିଆ ପ୍ରଥା  

 ସ୍ନେହ ପ୍ରେମ ଭରା ଆନନ୍ଦ ଉଲ୍ଲାସ ବିଶ୍ୱେ ରହିଅଛି ଗାଥା।  


ସବୁଜ ସୁନ୍ଦର ଗିରୀ ନିର୍ଝରଣୀ ସବୁଜ କ୍ଷେତ ପଡ଼ିଆ 

କଳିଙ୍ଗ କନ୍ୟାର ଜଠରୁ ଜନମି ଗରବେ କହୁ ଓଡ଼ିଆ 


ମହାବୀର ବଜରଙ୍ଗୀ ହନୁମାନ ଜୟ ସଙ୍ଗଟମୋଚନ

ପଣା ସଂକ୍ରାନ୍ତିରେ ଜନମି ଓଡ଼ିଆ ପ୍ରାଣେ ଦେଲ ଦିବ୍ୟଜ୍ଞାନ 


ମହାବିଷୁବ ରେ ଶୁଭ ଅବସରେ ପାଳିବା ନୂଆବରଷ 

ମନ୍ଦିର କୁ ଯାଇ ପଣା ଭୋଗ ନେଇ ଲଭିବା ଶିବ ଆଶିଷ


ଆମେରେ ଓଡ଼ିଆ ସଂସ୍କୃତି ବଢ଼ିଆ ଆମେରେ ଓଡ଼ିଆ ଜାତି 

ଆମ ପରମ୍ପରା ଅଟେରେ ମହାନ୍ ଗର୍ବେ ଫୁଲିଉଠେ ଛାତି


ମହାମାରୀ ଯାଉ ନୂଆ ବରଷରେ ଦୂର ହେଉ ସବୁ ଦୁଃଖ

ଆହେ ରଘୁନାଥ ଘେନ ପ୍ରଣିପାତ ଫେରିଆସୁ ପୂର୍ବ ସୁଖ 



Rate this content
Log in