କବିତା
କବିତା
1 min
638
ଜଗତର ନାଥ ଆହେ ଜଗନ୍ନାଥ
ଶୁଣ ମୋହର ଗୁହାରୀ
ଧନ ଜନ ମୋର ଲୋଡ଼ା ନାହିଁ କିଛି
ଆଶିଷ ମାଗେ ତୁମରି
କେତେ ଯେ ଭକତ ତୁମ ନାମ ଧରି
ତରିଛନ୍ତି ପାରାବାରୁ
କି ଦେଇ ପୂଜିବି ଜାଣେ ନାହିଁ ମୁହିଁ
ତରିବି ମୁଁ ଏ ଭବରୁ
ତୋ ପାଖକୁ ମୁହିଁ ଯାଇନପାରଇ
ନାହିଁ ମୋ ପାଖରେ ଧନ
ଶରଧା ବାଲିରେ ତୋ ବଡ଼ଦାଣ୍ଡରେ
ଗଡିବାକୁ ମୋ ମନ
ପାପ ମୁଁ କରିଛି ଏଜୀବନ ମଧ୍ୟେ
କରିନାହିଁ କିଛି ପୁଣ୍ୟ
ତୋ ଚକାଆଖିକୁ ଦେଖିଦେଲେ ଥରେ
ଧନ୍ୟ ହେବ ଏ ଜୀବନ
ସବୁତକ ସୁଖ ଛଡାଇ ନେଏରେ
ଦେ ମନଭରି ଦୁଃଖ
ତୋ ନାମ ସୁମରି ଦିନ ରାତି ମୁହିଁ
ଭୁଲି ଯିବି ସବୁ କଷ୍ଟ
ହେ ନୀଳାଚଳିଆ, ହେ ଜାମୁଡାଳିଆ
ତୁ ତ ଜଗତେ ସାର
ବିଶ୍ୱବାସୀ ଏବେ ଡାକନ୍ତି ଆତୁରେ
ରକ୍ଷାକର ରକ୍ଷାକର ।