Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

3  

Bunee Tripathy

Others

ତ୍ରିରଙ୍ଗା ଝୁରୁଛି

ତ୍ରିରଙ୍ଗା ଝୁରୁଛି

1 min
126



କେତେ ଦିନ ତୁମେ ଶୟନ କକ୍ଷରେ

   ହାତେ ଚୁଡ଼ି ପିନ୍ଧି ବସିବ

ଦୁର୍ଯ୍ୟୋଧନ ପରି ଭୀମର ରଡିରେ

   ମାନସରୋବରୁ ବାହାରିବ।


ମାଆ ମାଟି ଆଜି ଡାକୁଛି ତୁମକୁ

   ଦେଖାଅ ଗାରିମା ତୁମ

ରଣ ହୁଙ୍କାରେ ତୁରୀର ନାଦରେ

  ଆଗକୁ ବଢା କଦମ।


ମାଆର ପଣତେ ଲାଗି ଗଲେ ଦାଗ

   ଭଲକି ଲାଗିବ ତୋତେ

ଜାଗି ଉଠ ତୁମେ ଏ ଦେଶ ସନ୍ତାନ

   ବେଳତ ହେଲାଣି ଏତେ।


ତ୍ରିରଙ୍ଗା ଝୁରୁଛି ଆଜିବି ବାପୁକୁ

  ଝୁରେ ସେ ଲୌହମାନବ

ସୁବାଷ ବୋଷ ଅବା ନେହେରୁଙ୍କୁ

   ନେଇ ସେ କରେ ଗୌରବ।


ଏଇ ମାଟିର ପୁଅ ଦେଶ ପାଇଁ ପରା

   ଦେଇଗଲେ ବଳିଦାନ

ତାଙ୍କରି ରକତ ଲେଖିଲା ସ୍ବାଧିନ

   କରୁଅଛେ ଜୟଗାନ।




Rate this content
Log in