STORYMIRROR

Satyaprakash Sethy, M. A(UGC NET)

Others

4  

Satyaprakash Sethy, M. A(UGC NET)

Others

ତପ୍ତ ଧରା

ତପ୍ତ ଧରା

1 min
367


ଅତୀତ କଥା ତ ଗଲାଣି ସଙ୍ଗାତ

ବର୍ତ୍ତମାନ ସ୍ଥିତି ଭିନ୍ନ୍

ଭବିଷ୍ୟତ ତେଣୁ ଅନ୍ଧକାର ହେବ

ସ୍ଥିତି ସମ୍ଭାଳିବା କଷ୍ଟ।।

ଗ୍ରୀଷ୍ମର ପ୍ରକୋପ ସହି ହେଉ ନାହିଁ

ଖରା ବେଳେ ତାପ ଭାରି

ଉତ୍ତପ୍ତ ଧରିତ୍ରୀ ଅଗ୍ନି ବର୍ଷା ଖାଲି

ଦେହ ମୁଣ୍ଡ ଯାଏ ଘାରି।।

ଥଣ୍ଡା ପାନୀୟର ଆଦର ବଢୁଛି

ଶୀତଳ ପଦାର୍ଥେ ମନ

ଘୋର ଅଶାନ୍ତିରେ କାଳ ଯେ ବିତୁଛି

ଝାଇଁ ମାରି ଯାଏ କାନ

ଏହି ପ୍ରକାରରେ ଗଲାଣି ଏ ସନ

 ଦେଖିବା ଆଇଲା ସନ।।

ବାୟୁ ମଣ୍ଡଳର ସୁରକ୍ଷା ଚିନ୍ତାଟି

 ଯେବେ ନକରିବା ଆମ୍ଭେ

ପ୍ରାଣୀକୂଳ ଦିନେ ଧ୍ଵଂସ ହୋଇଯିବେ

ଏ କଥାଟି ସ୍ଥିର ନିଶ୍ଚେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍