ତୋ ପରି ପ୍ରେମିକ
ତୋ ପରି ପ୍ରେମିକ


ଜହ୍ନରେ ଜହ୍ନ
ଦେଖୁଛୁ ମୋତେ
ବିରହିଣୀ ରାଧା
ସାଜିଛି ସତେ।
ମନତଳେ ମୋର
ଜଳୁଛି ନିଆଁ
କିଏ ଲିଭାଇବ
କାହିଁ ତା ଠିକଣା।
ତୋ ପରି ପ୍ରେମିକ
ପାଇବି କାହୁଁ
ପ୍ରିୟା ଲାଗି ତୋର
ଝରଇ ଲହୁ।
କଳଙ୍କ ପିନ୍ଧିଛୁ
ମଥାରେ ତୋର
ଦୁଃଖ ନାହିଁ କେବେ
&
nbsp;ହସୁ ନିରନ୍ତର।
କୁମୁଦିନୀ ପାଇଁ
ବଢାଉ ତ ହାତ
ଆଲିଙ୍ଗନ ପାଇଁ
ସଦା ତୁ ପ୍ରସ୍ତୁତ।
ମାଗେ ଆଜି କଇଁ
ଦେବୁ ଟିକେ ତୁହି
ତୋହର ଠିକଣା
ଯିବ ପରା ସେହି।
ଜନ୍ମଜନ୍ମ ପାଇଁ
ବନ୍ଧନ ତୁମର
ରହିଛି ରହିବ
ସଦା ସେ ଅମର।
ପାରିଲିନି ସାଜି
ହୋଇ କୁମୁଦିନୀ
ଦେଇଗଲା ଧୋକା
ହେଲି କଳଙ୍କିନୀ।