STORYMIRROR

Prakash Ranjan Parida

Others Tragedy

3  

Prakash Ranjan Parida

Others Tragedy

ସଂପର୍କ

ସଂପର୍କ

1 min
13.6K


ତୋ ସାଥେ ମୋର ଦୀର୍ଘ ଏଇ ବାର ବର୍ଷର ସଂପର୍କ

ହୃଦୟର ଅଳିନ୍ଦ, ନିଳୟେ

ବାର ଅୟୁତ ସ୍ମୃତିର ଚିହ୍ନ ହୋଇ

ପ୍ରତି ମୁହୂର୍ତ୍ତେ ମତେ କନ୍ଦାଏ ପୁଣି ହସାଏ ବି ।

କେଜାଣି ମୁଁ କାହିଁ ଏତେ ବେକୁବ୍ ତୋ ପାଶେ

ପାଖରେ ପାଇ ବି ତୋ ଠୁ ଦୂରେଇ ରହେ

ଲାଜ କି ସଂକୋଚ କେଜାଣି ।

ଏତିକି ଜାଣିଛି

ତତେ ବାର ବର୍ଷ ଭଲ ପାଇବା ପରେ

ମୋ ଛାତି ଏତେ କଠିନ ଯେ ବାର ଅୟୁତ ଦୁଃଖ ସହିଯିବ

ତୋ ସାଥେ ଦେଖା ନାହିଁ କଥା ନାହିଁ

ତଥାପି ଅଛୁ ଛାତି ତଳ ଶୂନ୍ୟ କୋଠରୀରେ

ଯେଉଁଠି ବସିଥିଲୁ ଆଜି ନୁହେଁ

ସେଇ ବାର ବର୍ଷ ତଳର ଅଜଣା ତିଥିରେ ।

ତତେ ଭଲପାଇ ଭଲ ପାଇବା ଶିଖିଛି

କାହାକୁ ବି ମନ ଦେଲେ କାହିଁ ପାଗଳ ପ୍ରାୟ ଲାଗେ

ଭଲକି ପରଖି ନେଇଛି

ସ୍ଵପ୍ନ ଦେଖିବାର କୌଶଳକୁ ଆୟତ କରିଛି ।

ତୋ ଶୁଭ କାମନାରେ ଯେତିକି ସମୟ ବିତେଇ ଦେଇଛି

ସେତିକି ସମୟ ତତେ ପାଖରେ ପାଇନି ।

ଭଲ ପାଇବାର ନିରୀହ ଅଭିମାନରେ ଚୁପ୍ ରହିଛି

ଝରଣା ପାଣିରେ ମୁହଁ ଧୋଇଲେ

ତୋ ହାତ ଛିଂଚଡା ପାଣି ମୋ ଦେହକୁ ଭିଜେଇ ଦେଉଛି ।।

....

'ନିଶି ପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର

Mob:9438080583


Rate this content
Log in