STORYMIRROR

Bhakta Malla

Others

3  

Bhakta Malla

Others

ସଂଳାପ

ସଂଳାପ

1 min
13.2K


ଯଦି ଚାହଁ ପାପରୁ ନିବୃତ୍ତି

ତେବେ ମୃତ୍ୟୁ ହିଁ ଶେଷ ସିଦ୍ଧାନ୍ତ;

ପାପ ଶୂନ୍ୟ ଜୀବନଟେ କାହିଁ

ଜୀବନ ତ' ପାପର ସମଷ୍ଟି

ସମସ୍ୟାର ଗନ୍ତାଘର

ଗଉନ୍ତିଆ ଧାନର ମରେଇ ,

ଜଗି ଜଗି ଜୀବନକୁ ଜୀଇ ହୁଏ ନାହିଁ

ଜୀବନ ପାଇଁ ପାପ

ପାପ ପାଇଁ ଜୀବନ ତ'

ଅସରନ୍ତି ଦୁଃଖର କରେଇ ।।

ଯଦି ଚାହଁ ପାପରୁ ନିବୃତ୍ତି

ତେବେ ତ୍ୟାଗକର କର୍ମ

ପାପ ବିନା କର୍ମ ନାହିଁ

କର୍ମ ବିନା ମୃତ୍ୟୁ ହିଁ ନିଶ୍ଚିତ,

ମୃତ୍ୟୁ ରୁ ଜୀବନ ଯାତ୍ରା

ଯଦି ହୁଏ ଅମୃତର ପଥ

ପାପ ଏକ ଅଲିଖିତ ବୁଝାମଣା

ଅ-ମୃତ ଜୀବନ ସହିତ ।।

ଜୀବ ହତ୍ୟା ମହା ପାପ

ଜୀବେ ଦୟା ମହାପୂଣ୍ୟ

ଜୀବନ କି'ବଞ୍ଚି ପାରେ

ବିନା ହତ୍ୟା ବିନା ରକ୍ତପାତେ

ଶଙ୍କିତ ହୃଦୟେ କି' ସଞ୍ଚି ହୁଏ ପୂଣ୍ୟ

ପାପ ପୂଣ୍ୟ ବନ୍ଧା ଏକ ନିଃସର୍ତ୍ତ ସର୍ତ୍ତରେ

ଯେଉଁଠି ବୁଦ୍ଧି ସବୁ ବିବର୍ଜିତ

ନୀତି ଏଠି ଚିର ଉପେକ୍ଷିତ ।।

ପାପ ଏକ ପଶ୍ଚାତାପ

ନିରୁଦ୍ ବିଗ୍ନ ମନର ସଂତାପ

ପ୍ରେମ ଆଉ ଆନନ୍ଦର

ନିର୍ବିକଳ୍ପ ନିରୁଦ୍ଦିଷ୍ଟ ରୂପ ,

ଛଳନାର ଛି ଛି କାର୍

ଛଦ୍ମତାର ଅପୂର୍ବ ସଂଳାପ ।।

ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।


Rate this content
Log in