Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

3  

Bunee Tripathy

Others

ସଂଘର୍ଷ

ସଂଘର୍ଷ

1 min
139


ସଂସାର ଭିତରେ କଲୁ ଏକ ପାତ୍ର

ମନେ ଭରେ କେତେ ଖୁସି

ସମୟ ସହିତ ତାଳ ଦେବାପାଇଁ

ସହିଯାଏ ସବୁ ହସି।


ଚର୍ମର ଛାଉଣୀ କରିଛୁତ ମିଛେ

ଭିତରଟା ଅଟେ ପୋଲା

ଅସଂଖ୍ୟ ରୋଗର ଗନ୍ତାଘର କରି

ମୃତ୍ୟୁ ପଥ କଲୁ ମେଲା।


ଶଯ୍ୟାଶାୟୀ ହୋଇ ଯନ୍ତ୍ରଣାରେ ଯେବେ

ହେଉଥାଏ ଛଟପଟ

ଇତର ହସନ୍ତି ଇଙ୍ଗିତ କରନ୍ତି

"ପାପି"ର ଲଗାନ୍ତି ରଟ୍ଟ।


କରେନାହିଁ ଦୁଃଖ ସହୁଛିତ କଷ୍ଟ

ଭାଗ୍ଯର ଲିଖନ ଭାବି

ଜୀବନ ଯନ୍ତ୍ରଣା ଦୁଇଗୋଟି ପକ୍ଷ

ଏକକୁ ଆରେକ ଯୋଡି।


ଚାରୋଟି ତ ମୋତେ ଦେଇଛ ସାହାରା

ଯା'ଯୋଗେ ବିତେ ଜୀବନ

ପାଥେୟ କେବଳ ଧର୍ମ ନାମ ପୁଞ୍ଜି

ସାଇତିଛି କରି ପୂଣ୍ଯ।


Rate this content
Log in