ସମ୍ପର୍କର ସେହି ସୁ ମୁହୂର୍ତ୍ତ
ସମ୍ପର୍କର ସେହି ସୁ ମୁହୂର୍ତ୍ତ
1 min
239
ରୁନୁ ବୋଉ ରୁନୁ ବୋଉ,
ଦୁଆର ମୁହଁରେ ଡାକେ ରୁନୁ ବାପା
ଶୁଣା ହେଉ ଶୁଣା ହେଉ ।
ବେଗେ ଯିବା ଆସ ଚାଲି,
ଲୁନାଟି ତିଆର କରିଅଛି ମୋର
ଲିଟରେ ପିଉଚି ଖାଲି ।
ଶୁଭାଯାଉନିକି କାନକୁ ,
ବନ୍ଦ ଘରଟାରେ କ'ଣ ବା କରୁଛ
ବେଗେ ସଳଖ ପଦାକୁ ।
ଗଲା ବେଳେ ଖୁଂଚା ଖୁଂଚି,
ସରିଗଲା ବୋଲି ପାଟିଟା ଶୁଣାଏ
ନ ଦେଖାଏ ତାର ଗଣ୍ଡି ।
ଘଡିଏ ଯେ ବେଳ ଗଲା,
ଚାଲ ଚାଲ କହି ରୁନୁ ବୋଉ ଆସି
ଧପ୍ କରି ବସି ଗଲା ।
ଅବା ଅତରର ବାସ,
ତିଆର ଲୁନାଟା ପୁଣି କ'ଣ ହେଲା
ବସୁ ବସୁ ଗଲା ହୋସ ।
ଦୁହେଁ ଅନା ଅନି ହେଲେ,
ସମୟ ପୁର୍ବରୁ ଭାଗ୍ୟଠୁ ଅଧିକା
ପାଇଛି କେ କିବା ଭଲେ ।
