STORYMIRROR

Ranjan kumar Brahma

Others

4.3  

Ranjan kumar Brahma

Others

କାକର ତ ଥଣ୍ଡା

କାକର ତ ଥଣ୍ଡା

1 min
246


କାକର ତ ଥଣ୍ଡା

ତୁମ ମୋ ପାଈଁ

ଗଛ ପତରକୁ କିସ ?


ଭାବେ ଦୁହେଁ ଛନ୍ଦି

ଉଷୁମୁ ବଢାନ୍ତି

ଏହାତ ପ୍ରକୃତି ଦତ୍ତ ।।୧।।


ମା ଟି ଯିଏ ପ୍ରକୃତି ସିଏ

ଏ ହାଡ ଭଙ୍ଗା ଶୀତ

ତା'ର ବା କରିବ କିସ ?


ଉଚ୍ଚ ନୀଚା ଖାଲି

ସେମାନେ ବାଟନ୍ତି

ଯେ ଅଛି ଭାବେ ଗରିବ ।।୨।।


ବାଳୁତ ଶିଶୁଟି

ମା କୋଳରେ ଥାଇ

ଭାଵ କି ଜାଣେନି କିଛି ?


ମାଆ ଟି ତାର

ସେ ତା ନିଜର

ତାର ପଣତଟି ସବୁକିଛି ।।୩।।


ତା କୋମଳ ଅଙ୍ଗ

ମା ପାଇଁ କମ୍ବଳ

ଏଣୁ କାଖରେ ରହିଛି ଜାକି ।


ଚିରା ପଣତଟି

ଆଶୀର୍ବାଦର କବଚ

ଏଣୁ ମୁଣ୍ଡରେ ରଖିଛି ଢାଙ୍କି ।।୪।।


ମମତାରେ ରାତି

ଦୋକାନ ପିଣ୍ଢାରେ କଟୁଛି

ମନେ ଅବିଷାଦ ନହିଁ ।


ମମତା ଫେରିବ

ନିଶ୍ଚେ ଉଜ୍ଜ୍ୱଳେ ହସିବ

ତା ଉଈଂଲେ ତପନ ଭାଇ ।।୫।।


( ରଞ୍ଜନ କୁମାର ଵ୍ରହ୍ମା

ଶିକ୍ଷକ -CRCC, ଚିକିଟୀ ଗଡ଼

9437858788 )


Rate this content
Log in