STORYMIRROR

Ranjan kumar Brahma

Others

3  

Ranjan kumar Brahma

Others

ଅଭିନନ୍ଦନ

ଅଭିନନ୍ଦନ

1 min
245


ରଞ୍ଜନ କୁମାର ଵ୍ରହ୍ମା

ଏମିତି ହେଲା ଅଯୋଧ୍ୟା ଦିନେ

ନାଚ ଗୀତେ ଖୁସି ଝୁମିଲେ ଜନେ ।

ଥିଲେ ଯେତେ ସେଠି ପ୍ରାଣୀ ଜଗତ

ହସିଲେ ଡ଼େଇଁଲେ ଗାଇଲେ ଗୀତ ।

ଗୋଟିଏ ରାଜା ତିନୋଟି ରାଣୀ

ପ୍ରଜାଙ୍କ ସାଥେ କରିଲେ ଧ୍ଵନି ।

ବେଳ ନ ବୁଡୁଣୁ ସନ୍ଧ୍ୟା ଦିଶିଲା

ଯେବେ ତାଙ୍କ ପାଦୁ ଧୂଳି ଉଡିଲା ।

ଚହଟିଲା ବାସ ସଭିଙ୍କ ଦିହେ

ଚଉଦିଗ ସାରା ମନକୁ ମୋହେ ।

ସୂରୁଯ ବଂଶିୟ ଅଂଶକୁ ବାଁଛି

ଜନମ ଦେଇଛି ପାଟ ମହିଷି ।

ନରେ ଉତ୍ତମ ସୌନ୍ଦର୍ଯ୍ୟ ଶ୍ରେଷ୍ଠ

କୋମଳ ବପୁ ଭଗ୍ୟେ ବଳିଷ୍ଠ ।।

ଆସିଲେ ଗୁରୁ ବଶିଷ୍ଠ ଧାଇଁ

ଗଣିଲେ ଲଗ୍ନ ନକ୍ଷତ୍ର ନେଇ ।

'ରାମ' ନାଆମ ମାନୁଛି ୟାକୁ

ଜଗତ ତରିଵ ନେଇ ଏହାକୁ ।

ଶିରୋମଣି ! ରଖ ଜାତିର ନାମ

ସଦା ସୂର୍ଯ୍ୟ ବଂଶୀ ରଖୁ ତା ମାନ ।

ସେ ରାମ ନାମ ଜଗତ ଜିତୁ

ସତ୍ୟ ଶାନ୍ତ ତ୍ୟାଗ ବୀରତ୍ୱ ବ୍ୟାପୁ ।

ଯାହାର ଆଜି ଜନମ ଦିନ

ତାକୁ ଆଜି କରେ ଅଭିନନ୍ଦନ ।


Rate this content
Log in