STORYMIRROR

Ranjan kumar Brahma

Others

3  

Ranjan kumar Brahma

Others

ଆସ ସାବଧାନ ହେବା

ଆସ ସାବଧାନ ହେବା

1 min
103

ଥିଲା ପରିବେଶ କେଡେ ସୁନ୍ଦର ।

ସବୁଜ ଶୀତଳ ସୁମନୋହର ।।


ଗଛ ଡା଼ଳେ ବସି ବିହଙ୍ଗମାନେ ।

ଗାଉଥିଲେ ଗୀତ ଆନନ୍ଦ ମନେ ।।


ଜଂଗଲରେ ଥିଲେ ଅନେକ ପଶୁ ।

ଜଗୁଥିଲେ ଆମ ପରିବେଶକୁ ।।


 ଶିକାର କରିଲେ ଶିକାରୀ ଭାଇ ।

ଜଂଗଲରେ ପଶୁ ରହିବେ କାହିଁ ?


ନେଇଗଲେ ମାଂସ ଚମଡା ହାଡ ।

ଦୂର ଦେଶେ କଲେ ଭଲ ବେପାର ।।


କାଟି ନେଇଗଲେ ସମସ୍ତ ଗଛ ।

ପରିବେଶ ଏବେ ହେଲା ଦୂଷିତ ।।


ଗଢି କାରଖାନା ଚଢିଲେ ଗାଡ଼ି ।

ବାହାରିଲା ଏବେ ଅନେକ ଧୂଳି ।।


ପାଦପ ନାହିଁ କି ବିପିନ ନାହିଁ ।

ପବନ ଜୀବନ ମିଳିବ କାହିଁ ?


ଆସ ସାବଧାନ ସଭିଏଁ ହେବା ।

ଆମ ପରିବେଶକୁ ସ୍ୱଚ୍ଛ ରଖିବା ।।



Rate this content
Log in