STORYMIRROR

Prakash Ranjan Parida

Others

2  

Prakash Ranjan Parida

Others

ଶ୍ରୋତା

ଶ୍ରୋତା

1 min
14.2K



-------


ମୁଁ କିନ୍ତୁ ଜାତିସ୍ମର ନୁହେଁ

କେମିତି ମନେ ଥା’ନ୍ତି

ମାଆ କ୍ଷୀରର ସ୍ବାଦ, ଅନ୍ତୁଡ଼ି ଭୂଇଁର ବାସ୍ନା

ପୂର୍ବ ଜନ୍ମର ସୁକୃତ, ଦୁଷ୍କୃତ

ମନେ ନାହିଁ ମୋର କିଛି ମନେ ନାହିଁ

କ୍ଷମାକର ମୁଁ କିଛି ପାରିବିନି କହି ।

ବରଂ ତୁମେ କୁହ ମୁଁ ଶୁଣିବି

ତୁମ ଜୀବନର ଇତିବୃତ୍ତି

ରସହୀନ କଥାକୁ ଶୁଣିବାର ଧୈର୍ଯ୍ୟ ମୋର ଅଛି ।

କୁହ ତୁମ ଲୁହର ରହସ୍ୟ

ସୁଖର ସାରକଥା

ଏ ମାହେନ୍ଦ୍ର ମୁହୂର୍ତ୍ତ ମିଳିବନି ଆଉ

ଏଠି ଯେ ଜୀବନ କାହାଣୀ ଶୁଣିବାକୁ ଶ୍ରୋତା ମିଳନ୍ତିନି

ମିଳିଲେବି ଶୁଣୁଶୁଣୁ ହୁଁ ମାରନ୍ତିନି,

ମୁଁ କିନ୍ତୁ କଥା ଦେଉଛି

ତୁମ ଲୁହ ସାଥେ ଲୁହ ମିଶେଇବି

ତମାମ ଜୀବନ କାହାଣୀ ତୁମର

ମନ ଦେଇ ଶୁଣିବି । ।

....

'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର


Rate this content
Log in