Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

3  

Manas Ranjan Pattanayak

Others

ଶ୍ରୀଜଗନ୍ନାଥଙ୍କ ଭଜନ

ଶ୍ରୀଜଗନ୍ନାଥଙ୍କ ଭଜନ

1 min
155




ମହାବାହୁ,ତୁମେ ପ୍ରଭୁ ଭାବଗ୍ରାହୀ କରୁଣାମୟ ସାଗର।

ବିପଦେ ପଡିଛି ଡାକଇ ତୁମକୁ ପ୍ରଭୁ ମୋତେ ରକ୍ଷାକର।।(ଘୋଷା)


(ତୁମେ ତ ଇଶ୍ବର ବ୍ରହ୍ମାହରିହର,,,

ଆସିଛି ସଂକଟେ ପ୍ରଭୁ ରକ୍ଷାକର)


ଡ଼ାକୁଛି ବିନତି ହୋଇ ଶୁଣିବ ଗୋସାଇଁ।

ଅହଲ୍ୟା ଉଦ୍ଧାର କଲ କିଛି ତ ନନେଇ।।


(ପ୍ରଭୁ ଭାବଗ୍ରାହୀ,,,,,ମାଗୁଅଛି ତ୍ରାହି )


ଦୀନବନ୍ଧୁ ଦଇତାରୀ କୃପାମୟ ହରି,,,,,


କି ଯଶ ଲଭିବ ପ୍ରଭୁ ମୋତେ ତୁମେ ମାରି(ଘୋଷା)


ମହାବାହୁ ତୁମେ ତ ଈଶ୍ବର ବ୍ରହ୍ମା ହରି ହର ଆସିଛି ସଂକଟେ ....ମୋତେ ରକ୍ଷାକର।।।(ଘୋଷା)


ନନ୍ଦିଘୋଷେ ଆସୁଅଛ ଧ୍ବଜାକୁ ଉଡାଇ।


ସଙ୍ଗେ ବଳଭଦ୍ର ପୁଣି ସୁଭଦ୍ରାଙ୍କୁ ନେଇ


(ପ୍ରଭୁ ଭାବଗ୍ରାହୀ।।। ମାଗୁଅଛି ତ୍ରାହି )


କରିଅଛି ପାପ ହେ ବିଶ୍ବଠାକୁର

ଶରଣ ପଶିଲି ମୋତେ ରକ୍ଷାକର


(ତୁମେତ ଇଶ୍ବର ବ୍ରହ୍ମାହରିହର ଆସିଛି ସଂକଟେ ପ୍ରଭୁ ରକ୍ଷାକର )

ମହାବାହୁ.....ମୋତେ ରକ୍ଷାକର (ଘୋଷା)


ମୁଁ ମରିଗଲେ କି ଯଶ ଲଭିବ।


ରୋଗୀଭୋଗୀ ଆଉ କାହିଁକି ଡାକିବ।।


(ତୁମେତ ଇଶ୍ବର ମୋତେ ରକ୍ଷାକର। ଏ ରୋଗରୁ ପ୍ରଭୁ ମୋତେ ଯେ ଉଦ୍ଧାର )


ଚୁମେଚ ଇଶ୍ବର ବ୍ରହ୍ମାହରିହର ଆସିଛି ସଂକଟେ ପ୍ରଭୁ ରକ୍ଷାକର (ଘୋଷା)


ମହାବାହୁ ତୁମେ ପ୍ରଭୁ ଭାବଗ୍ରାହୀ କରୁଣାସାଗର।


ବିପଦେ ପଡିଛି ଡ଼ାକଇ ତୁମକୁ ପ୍ରଭୁ ମୋତେ ରକ୍ଷାକର (ଘୋଷା )

______________

(ଏହି ଭଜନଟି ମୋର ପୂର୍ବପ୍ରକାଶିତ ଥିଲା)

++++++++++

ଠିକଣା -ନିମବସନ୍ତ ହରିରାଜପୁର ଜଟଣୀ ପୁରୀ

-----------------+++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ ମାଟିର ମହକ

''''''''''''''''''''''''''''''''''''''''''''''''''''


Rate this content
Log in