STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

ଶ୍ରୀଗଜାନନ

ଶ୍ରୀଗଜାନନ

1 min
299




ବିପଦନାଶନ ପ୍ରଭୁଶ୍ରୀଗଣନାୟକ,

ସର୍ବାଗ୍ରେ ପୂଜିତ ତୁମେ ବିଘ୍ନବିନାଶକ।


ଉମାରାଣୀ ମଳୁଖରୁ ହୋଇଥିଲ ଯାତ

ମାନସ ସନ୍ତାନ ଭାବେ ହେଲ ପରିଚିତ।


ମହାଦେବ ହାରିଥିଲେ ହୋଇଲେ ନିର୍ବାକ,


ପରାଣ ଇଶ୍ବର ପ୍ରଭୁ ଶ୍ରୀଗଣନାୟକ

ବିପଦ ନାଶନ ପ୍ରଭୁଶ୍ରୀଗଣନାୟକ


ମହାବିଷ୍ଣୁ ପ୍ରହାରରେ ଛିଡିଗଲା ଶିର

ନିଜପୁଅ ପରିଚୟ ପାଇଲେ ଶଙ୍କର


ଉମାମାହେଶ୍ବରୀ ଦେଖି କରିଥିଲେ ଶୋକ,,,,


ପରାଣ ଇଶ୍ବର ପ୍ରଭୁ ଶ୍ରୀଗଣନାୟକ,

ଆପଦ ବିପଦ ବେଳେ ବିଘ୍ନବିନାଶକ।।।



ଦେବତାମାନଙ୍କ ମଧ୍ୟେ ପଡିଗଲା ହୁରି

କିପରି ବଂଚିବୁ କୁହ ହେବିଶ୍ବବିହାରୀ



ବିପଦ ନାଶନ ପ୍ରଭୁବିଘ୍ନବିନାଶକ


ପରାଣ ଇଶ୍ବର ତୁମେ ଶ୍ରୀଗଣନାୟକ!


ଚିନ୍ତା ଦୂରହୋଇଗଲା ସଭିଏଁ ତ ଖୁସି


ହାତୀର ମୁଣ୍ଡ ଆଣିଣ ଯୋଡିଥିଲେ ବସି


ମହାକାଳେଶ୍ୱର ଆସି ଜୀବନ୍ୟାସ ଦେଲେ


ପରାଣ ପାଇ ଗଣେଶ ଉଠିଣ ବସିଲେ



କି ସୁନ୍ଦର ଦେଖାଗଲେ ବିଘ୍ନବିନାଶକ


ଆନନ୍ଦିତ ହୋଇଗଲେ ତ୍ରିଭୁବନ ଲୋକ


ଶରଣ ପଶିଲି ପ୍ରଭୁ ବିଘ୍ନବିନାଶକ,

ରକ୍ଷାକର ରକ୍ଷାକର ମହାବିନାୟକ!

++++++--------

********

ମାନସ ରଞ୍ଜନ ପଟ୍ଟନାୟକ,

ନିମବସନ୍ତ,ହରିରାଜପୁର, ଜଟଣୀ,ପୁରୀ

-------------------------------------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍