STORYMIRROR

Biswanath Nayak

Others

3  

Biswanath Nayak

Others

ଶ୍ରାବଣୀ

ଶ୍ରାବଣୀ

1 min
47


ଶ୍ରାବଣୀ ! ତୋ ନାମେ

       ଲାଗିବ କଳଙ୍କ

            ରହିବୁ ଯଦି ମଉନେ ,

ଲାଗିଲେ କଳଙ୍କ

      ହେବ ଅପନିନ୍ଦା

            କାନ୍ଦିବୁ ନିତି ଗୋପନେ। 


ନିଦାଘେ ତାପିତ

      ଧରଣୀ ପରାୟେ

              ସନ୍ତାପିତ ଥିଲେ ମନ,

ତୋ ସୁଧା ବଚନ

       ଲେପଇ ଚନ୍ଦନ

               ବରଷା ଧାରା ଯେସନ। 


ଶ୍ରାବଣ ହସିଲେ

      ତା'ର ବାରିଧାରା

               ଖୁସି ପରଷେ ଯେମିତି,

ତୋ ହସ - କୁସୁମ

       ବିତରେ ସୁରଭି

                ପୁଲକିତ କରି ମତି। 


ସ୍ନେହ ମମତାର

       ମୂରତିଟେ ବୋଲି

               ନାମ ତୋ ଦେଲି ଶ୍ରାବଣୀ,

ହସ ଆଉ ଖୁସି

       ବିତରିବା ପାଇଁ

                ସଭିଙ୍କ ମନକୁ ଜିଣି। 


ରୁଷିଣ ଶ୍ରାବଣ

       ବରଷା ନକଲେ

                ସୁନ୍ଦର କି ତା'ର ଅଙ୍କ !

ଅଭିମାନେ ତୁହି

       ରହିଲେ ନୀରବ

               ତୋ ନାମେ ହେବ କଳଙ୍କ। 


ପରିବେଶ ଦୋଷେ

        ରୁଷିଛି ଶ୍ରାବଣ

                ତୁ କିମ୍ପା ବହିଛୁ ରୋଷ ,

ଶ୍ରାବଣୀ ତୋ ନାମ

         ଦେଇଥିଲି ବୋଲି

                   ପାଇବିକି ଅପଯଶ ?



Rate this content
Log in