STORYMIRROR

Bunee Tripathy

Others

3  

Bunee Tripathy

Others

ଶେଷ ଅଭିନୟ

ଶେଷ ଅଭିନୟ

1 min
436

ଜୀବନଟା ଏକ   ରଙ୍ଗମଞ୍ଚ ପରା

     ଆମେ ସର୍ବେ କଳାକାର

ଉପର ବାଲାର     ନାଟକରେ ଆମେ

    ପାତ୍ରପାତ୍ରୀ ପରା ତାର।

ଦୁଃଖରେ କାନ୍ଦୁଛେ     ସୁଖରେ ହସୁଛେ

     ଏଇତ ଆମ ଜୀବନ

କେତେବେଳେ କେଉଁ    ଚରିତ୍ର ଆସିବ

      ପ୍ରସ୍ତୁତ ତ ପ୍ରତିକ୍ଷଣ।

ଜାୟା ଜନନୀ ଭଗିନୀ    କରିବାକୁ ହେବ

      ଜିଇଁ ଥିବା ଯେଉଁ ଯାଏଁ

ଭୁଲ ହେଇଗଲେ     ବିଗିଡି ଯିବତ

      ଭାଙ୍ଗିଯିବ ଛାଏଁ ଛାଏଁ।

ବୋଳା ହୁଏ ନାହିଁ      ରଙ୍ଗ ପରା ଏଠି

      କୁତ୍ରିମର ନାହିଁ ସ୍ଥାନ

ଘୋଷା ହୁଏନାହିଁ      ସଂଳାପ ଏଠାରେ

       ପୂର୍ବରୁ ଅଛି ଲିଖନ।

କାହା ପରେ କେଉଁ      ଚରିତ୍ର ଆସିବ

    ସମୟ ତ ଦିଏ କହି

ତାହାରି ନିର୍ଦ୍ଦେଶେ      ନାଚି ଚାଲିଥାଉ

     ଲହୁଲୁହାଣ ତ ହୋଇ।

ଅଭିନୟ ସାରି      ଫେରିଯିବା ଆମେ

      ସେହି ଆମ ବାସସ୍ଥାନ

ମୃତ୍ଯୁର କୋଳରେ       ଶୋଇଯିବା ଆମେ

      ହୋଇବ ଆମ ନିର୍ବାଣ।

ଛ'ଖଣ୍ଡି ବାଉଁଶ       ଶେଷ ଶଯ୍ଯା ଆମ

      ଶେଷ ସ୍ଥାନ ମୋ ମଶାଣୀ

ଜାଳିଦେବ ଅଗ୍ନି       ମାଟିର ପିଣ୍ଡକୁ

      ପାଉଁଶ ହେବାତ ପୁଣି।

ପଡିଯିବ ପରା         ଶେଷ ଯବନିକା

      ପରଦା ଉଠିବ ନାହିଁ

ଅଭିନୟ ଆମ      ସେହିଠାରେ ଶେଷ

     ଦେଖିବାକୁ ନାହିଁ କେହି।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍