STORYMIRROR

Manorama Mohanty

Others

4  

Manorama Mohanty

Others

ସେହି ମୋ ଟିକି ଗାଁ

ସେହି ମୋ ଟିକି ଗାଁ

1 min
410


ମୋତେସବୁଠୁ ଭଲ ଲାଗେମୋ 

    ସୁନ୍ଦର ଟିକି ଗାଆଁ

ଯେଉଁ ଗାଁ ରେ ମୋ ଜନ୍ମ ମରଣ 

    ସେ ପରା ମୋର ମାଆ. 


ପୋଥିପତର ଖେଳେଇ ଖୋଜେ 

      ପାଏନି ତାର ନାଆଁ 

ତଥାପି ଜାଣେ ସେଠି ଜଳିଛି 

       ମୋର ଏନ୍ତୁଡ଼ି ନିଆଁ. 


ଯେଉଁ ଗାଁ ମାଟି ଛୁଇଁବା ମାତ୍ରେ 

      ରାବିଲି ସୁଖେ କୁଆଁ 

ସେ ମାଟିରେ ଖେଳି କୁଦି ଡେଇଁ 

     ଦେଖିଲି ନୂଆ ଦୁନିଆଁ. 


ପିଲାଦିନ ମୋ ଚାଟଶାଳୀ ରେ 

     ହୋଇଲା ଖଡ଼ି ଛୁଆଁ 

ସେ ଖଡ଼ି ଛୁଆଁ ଆଜି ଦେଇଛି 

     ଜିଇଁବା ପାଇଁ ରାହା. 


ଭୁଲିତ ନାହିଁ ଭୁଲିବି ନାହିଁ 

     କେବେ ତାହାର ମାୟା 

ସେ ପୁଣ୍ୟମାଟିରେ ଜଳିବ ଦିନେ 

       ମୋ ଶେଷ ଚିତା ନିଆଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍