STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ସେଦିନ ମୁଁ ତୁମକୁ କହୁ ନ ଥିଲି ନା

ସେଦିନ ମୁଁ ତୁମକୁ କହୁ ନ ଥିଲି ନା

1 min
351

ସେଦିନ ତୁମକୁ ମୁଁ କହୁଥିଲି ନା

ଜୀବନଟା ନିରର୍ଥକ ବୋଲି

ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ

ସେମିତି କହିବନି ବୋଲି।।

ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ

କିନ୍ତୁ ଦେଖୁନ କିଏ ଅଛି ଯେ

ପରିବାର ସାରା ଆଜି ସ୍ଵକର୍ମରେ

ତୁମେ ଆଉ ମୁଁ ଏ ଘରଟାରେ।।

ରାତି ହେଲେ ଅନ୍ଧକାର ଘୋଟି ଆସେ

ଚାରିଆଡ଼େ ଖାଲି ଶୂନ୍ ଶାନ

ଗୋଟେ ବିରାଟ ସନାଟା ଛାଇ ଯାଏ

କଣ କରିବା ନିଜେ କହୁନ?

ନଭକୁ ଚାହିଁ ଚାହିଁ ତାରା ଗଣିବା

ନା ପିଲାଙ୍କୁ ଝୁରି ପ୍ରାଣ ଦେବା

ଏମିତି ଜୀବନ ପାଲଟିବ ବୋଲି

କ'ଣ କେହି କେବେ ଭାବିଥିଲା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍