STORYMIRROR

Satyaprakash Sethy, M. A(UGC NET)

Others

4  

Satyaprakash Sethy, M. A(UGC NET)

Others

ସେବିକା

ସେବିକା

1 min
358

ସେବିକା ଧାବିକା ଯା’ ଜୀବନ ଧାଏଁ

ରୋଗୀ ସେବା ଉପଲକ୍ଷେ

ନିଜର ଜୀବନ ପଛରେ ପକାଇ

ପରର ଜୀବନ ରଖେ।।

ସେବା ଧର୍ମ କର୍ମ ଫଳେ ପରା ସିନା

ଲଭେ କେହୁ ସ୍ଵର୍ଗ ସୁଖ

ତେଣୁ ତା’ ପ୍ରଶସ୍ତି ଗାନରେ ଆମେଟି

ହେବା ସଦା ଶତମୁଖ।।

ସେବିକା ସେବକ ନହୁଅନ୍ତୁ ପଛେ

ସ୍ଵର୍ଗର ଯେ ସ୍ଵର୍ଗଦୂତ

ତଥାପି ନୁହଁନ୍ତି ସେ ତ କାହାଠାରୁ

କେଉଁ ଗୁଣେ ପରା କମ।।

ନାହିଁ ତ ତାହାର ସମତୁଲ କେହି

ସେବାର ସମାନ କିଏ

ଦିନ ରାତି ପରା ଏକାକାର କରି

ସେବାରେ ନିମଗ୍ନ ଥାଏ।।

ତେଣୁ ତ ପାଳଇ ଜନ୍ମ୍ ଉତ୍ସବ ଯେ

ନାଇଟ୍ ଏଞେଲ୍ସଙ୍କର

ନର୍ସ ଦିବସଟି କହଇ ତାହାକୁ

ସେବାଟି ଉଚିତ କର୍ମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍