Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

4  

Santosh Kumar Ojha

Others

ସ୍ବପ୍ନ ଥିଲା ପ୍ରିୟା ପାଇଁ

ସ୍ବପ୍ନ ଥିଲା ପ୍ରିୟା ପାଇଁ

1 min
414


( ହୁଗୁଳା ସଂପର୍କ କ୍ରମରେ)


ରୂପା ନଈ କୂଳେ ଯାଇ

ରୂପବତୀ ପ୍ରିୟା ପାଇଁ

ଘରଟେ ତୋଳିବି ଭାବି ଜାଗାଟେ କିଣିଲି ,

ପ୍ରଥମେ ଥୋଇବ ପାଦ

ନଥିବ ବାଦ ବିବାଦ

ଗପୁ ଥିବା ତମେ ମୁଁ ଯାଉଁଳି କବାଟ ଖୋଲି ।

ଜହ୍ନ ଆସି ଫେରୁ ଥିବ ମଥାନ ଛୁଇଁ ,

ସପନ ମୋ ଥିଲା ପ୍ରିୟା ତମରି ପାଇଁ ।୧।

ସୁନାରୀକୁ ଡାକି ଦେଲି

ସୁନାରେ ଗଢ଼ିବି ବୋଲି

ହୀରା ନାକ ଫୁଲ କାନେ ମୋତିର ଝୁମୁକା ,

ମାଣିକେ ମଙ୍ଗଳ ସୂତ୍ର

ଝୁଲୁ ଥିବ ପାନ ପତ୍ର

ମେଖଳା ଗଢ଼ିବି ବୋଲି ଭାଙ୍ଗିଲି ଲକ୍ଷେ ଶାମୁକା ।

ଉପହାର ଦେବି ପ୍ରେମେ ଗୋପନେ ନେଇ ,

ସପନ ମୋ ଥିଲା ପ୍ରିୟା ତମରି ପାଇଁ ।୨।

ପାଟଣାରୁ ପାଟ ଶାଢ଼ୀ

ଆଣିବି ବଙ୍ଗରୁ ଚୂଡ଼ି

ପିନ୍ଧେଇବି ଗୁଜୁରାଟି ଗଜରା ସିଙ୍ଘାରି ,

ତାରକସିରେ ନୂପୁର 

ଆମ୍ବ କଷିଆ ଘୁଙ୍ଗୁର

ଚାଲି ଗଲେ ସଙ୍ଗୀତର ଅମୃତ ପଡ଼ିବ ଝରି ।

ବସୁଧା ମୋ ହେବ ସୁଧା ତୁମକୁ ପାଇ ,

ସପନ ମୋ ଥିଲା ପ୍ରିୟା ତମରି ପାଇଁ ।୩।

ବୁଲି ଯିବା ବୃନ୍ଦାବନ

ନିରେଖିବା ରାଧାକୃଷ୍ଣ 

ପରଖିବା ଆମ ପ୍ରେମ ହେବକି ସମାନ ,

ତୁମେ ଦେବ କିଛି କଥା

ମନାସିବି ମୁଁ ଯଥା

ଲେଖି ଦେବା ଆମ ପ୍ରେମ ଅମର ଅକ୍ଷର ମାନ ।

ହାତ ଠାରି ଡାକୁ ଥିବେ ବିରହୀ ରାଈ

ସପନ ମୋ ଥିଲା ପ୍ରିୟା ତମରି ପାଇଁ ।୪।

ସ୍ବପ୍ନ ମୋ ସପନ ହେଲା

ପ୍ରେମ ତ ଗୋପନ ଥିଲା

ଚାଲି ଗଲ ଦେଇ ଧାରେ ନୟନେ ଲୋତକ ,

ଦେଖି ତୁମ ହସ ଖୁସି

ନିଜକୁ ମଣିଲି ଦୋଷୀ

ଭାଗ୍ୟକୁ ଭଗାରି ଭାବି ଫୋପାଡ଼ି ଦେଲି ଜାତକ ।

ଅଟକ ରହିଚି ପ୍ରାଣ ଟିକକ ପାଇଁ

ସପନ ମୋ ଥିଲା ପ୍ରିୟା ତମରି ପାଇଁ ।୫।

      


Rate this content
Log in