Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ସ୍ବାଧୀନତା ର ଅର୍ଥ

ସ୍ବାଧୀନତା ର ଅର୍ଥ

1 min
303



ନେବାରେ ଶପଥ ତ୍ରିରଙ୍ଗାର ତଳେ

   ଏକଜୁଟ ଆମେ ହୋଇ

ଏକତାର ବଳ ସଭିଏଁ ଦେଖିବେ

   ଭାରତ ମୋ ଜନ୍ମଭୂଇଁ।


ଏ ମାଟି ତିଳକ ମଥାରେ ଲଗାଇ

   ଗାଇବା ମାଟିର ଜୟ

ତା ବକ୍ଷରୁ ଯେଉଁ ଝରୁଛି ଅମୃତ

   ପାନ କରି ହେବା ଶ୍ରେୟ।


ସ୍ବାଧିନ ଆକାଶେ ଉଦିତ ଚନ୍ଦ୍ରମା

   ଜୋଛ୍ନା ବିଛୁରିତ କରେ

ପରାଧିନ ସିଏ ଦେଖିଛି ନୟନେ

   ଝୁରିବାକୁ ପରା ଡରେ।


ମୁକ୍ତ ଗଗନର ବିହଙ୍ଗମ ଦଳ

   ମନେ ନାହିଁ ଭ୍ରୟ ଭ୍ରାନ୍ତି

ପଞ୍ଜୁରୀ ଆବଦ୍ଧ ପକ୍ଷୀଟି ଝରାଏ

  ଲୁହ ପରା ଦିନ ରାତି।


ସ୍ବାଧିନ ର ଅର୍ଥ ବୁଝିବା ପାଇଁକି

  ସମୟ ଆସିଛି ଏବେ

ସ୍ବାଧୀନତା ଆମ ପୂର୍ବଜଙ୍କ ରକ୍ତ

   ମନରେ ଧ୍ଯାୟିବା ଯେବେ।


ଜାତୀୟ ସଙ୍ଗୀତ ଗାଇଦେଲେ ଖାଲି

   ଗର୍ବିତ ହେବାନି ଆମେ

ତାର ମୂଲ୍ୟ ଯେବେ ହୃଦୟେ ବୁଝିବା

   ଭାରତୀୟ ହେବା ଆମେ।।



Rate this content
Log in