STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ସାଇ ବାବା

ସାଇ ବାବା

1 min
495


ସାଇ ସାଇ ବୋଲି ପଡ଼ିଛି ଚହଳ 

 ସାଇଙ୍କୁ ପାଇଲି ନାହିଁ

ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି

ଦୁଃଖ ଟିକେ ଯାଉ ନାହିଁ।।

କେମିତି ଯାପିବି ଜୀବନ ତମାମ

ଦୁଃଖ ଯେ ଯାଉଛି ଭରି

ସୁଖେ ସିନା ମୋର ନାହିଁ ପ୍ରୟୋଜନ

ଦୁଃଖେ କିନ୍ତୁ ହୁଏ ଘାରି।।

କେମିତି ଲଭିବି ନିସ୍କୃତି ତହିଁରୁ 

ଉପାୟ ତ ପାଉ ନାହିଁ 

ତୁ ପରା ଈଶ୍ଵର ସର୍ବ ଶକ୍ତିମାନ

ଦୁଃଖ କିଆଁ ହରୁ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍