ସାବିତ୍ରୀ
ସାବିତ୍ରୀ
ନାରୀର ପରବ ଅଟଇ ସାବିତ୍ରୀ
ପାଳଇ ସେ ମନଧ୍ଯାନେ
ପତିର ଚରଣ ମୁକତିର ପଥ
ଭାବେ ସିଏ ପ୍ରତିକ୍ଷଣେ।
ନାରୀର ପ୍ରତୀକ ସାବିତ୍ରୀ ଚରିତ୍ର
ଯୁଗେ ଯୁଗେ ପୂଜା ପାଇ
ଯମ ହାତୁ ପରା ଫେରାଇ ଆଣିଲା
ସ୍ୱାମୀର ଜୀବନ ସେହି।
ପତିର ଭାଗ୍ଯକୁ ମଥାରେ ଭରିଛି
ସିନ୍ଦୂର ତ ନାମ ତାର
ଯେତେଦିନ ଯାଏଁ ମଥାରେ ସିନ୍ଦୂର
ଲକ୍ଷ୍ମୀ ଅଟେ ସେ ଘରର।
ନବ ବସ୍ତ୍ର ପିନ୍ଧି ଫଳମୂଳ ଖାଇ
ପତିର ଚରଣ ଛୁଏଁ
ଜନ୍ମ ଜନ୍ମ ପାଇଁ ପତ୍ନୀ ହେବାପାଇଁ
ଶପଥ ତ ନେଇଥାଏ।
ପତ୍ନୀର ଦେବତା ପତି ଅଟେ ତାର
ମନ ଜାଣି ସେବୁଥାଏ
ତା ମନରେ ଦୁଃଖ ଦେବା ପାଇଁ କେବେ
ତିଳେ ବି ଭାବେନି ସିଏ।
ପୂର୍ବ ପୁରୁଷଙ୍କ ପଥ ଅନୁସରି
ଚାଲନାହିଁ ସେହିପଥେ
ମନରେ ଭକତି ଶ୍ରଦ୍ଧାର ଶକତି
ଅଛି ଯଦି ତୁମ ସାଥେ।
ଓଡ଼ିଆ ଘରର ପରମ୍ପରାକୁ ତ
ହୃଦୟର ସହ କର
ତେବେ ଯାଇ ତୁମେ ହୋଇପାରିବ ତ
ସତୀ ସ୍ବାଧି ସୁନିର୍ମଳ।
ସ୍ବାମୀ ଥାଇ ତୁମେ ପରପୁରୁଷରେ
ଆସକ୍ତ ହେଉଛ ଯେବେ
ସାବିତ୍ରୀ କରିଲେ କିଫଳ ପାଇବ
ମିଥ୍ୟା ସାଥେ ରୁହ ଯେବେ।
ତ୍ୟାଗ ବଳିଦାନ ଦୁହିତା ଜନମ
ଦୁଇ କୂଳ ପାଇଁ ଥାଏ
ନିଜ ପରିବାର ତାପାଇଁ ତ ସ୍ବର୍ଗ
ଆନରେ ଇଚ୍ଛା ନଥାଏ।
ଏରୁଣ୍ଡି ଡେଇଁଣ ପୂଜଇ ଇଷାଣ
ବଧୂ ହୋଇ ସେହି ଘରେ
ଶଙ୍ଖା ସିନ୍ଦୂର କୁ ନାଇତ ଡିଅଁଇ
ଏରୁଣ୍ଡି ତ ପୁଣି ଥରେ।
ସେହି ତ ସାବିତ୍ରୀ ସତୀ ମହାସତୀ
ଅହ୍ଯ ଡେଙ୍ଗୁରା ବଜାଇ
ଯାଉଥିବ ଗର୍ବେ ଖଇକଉଡିରେ
ସଧବା ବୋଲି ବୋଲଇ।