STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

ପଶ୍ଚିମେଶ୍ବର ସୋମନାଥ

ପଶ୍ଚିମେଶ୍ବର ସୋମନାଥ

1 min
501





ହେ ପ୍ରଭୁ ସୋମନାଥ ବାବା ପଶ୍ଚିମେଶ୍ବର


ପଶ୍ଚିମକୁ ମୂଖ ତୁମ ହେ ଭୋଳା ଶଙ୍କର


କି କହି ପାରିବି ମୁହିଁ ମହୀମା ତୁମର


କଲ ପ୍ରଭୁ କୃପା ତୁମେ ଜଗତ ଇଶ୍ବର


ଦୁଽଖିନୀ ନାରୀଟି ମୁହିଁ ଦୁଽଖ ନସହିଲ


ହରିରାଜପୁରେ ରହି କୃପାମତେ କଲ


ମେଳନକୁ ଯିବା ପାଇଁ ମନ କରିଥିଲି


ଫଗୁ ପକାଇବି ବୋଲି ସଙ୍କଳ୍ପ କରିଲି


କର୍ମମୟ ଜୀବନରେ ହେଲା ନାହିଁ' ବେଳ


ମୋ ଅନ୍ତର କଥା ଜାଣି କଲ ତୁମେ ଖେଳ


ଭୋଗରାଗ ସହ ଫଗୁ ପଠାଇ ଯେ ଦେଲ


ସ୍ବାମୀଙ୍କ ହାତରେ ମୁହିଁ ଭୋଗ ଫଗୁ ଦେଖି


ଲୋତକ ଝରିଲା ମୋର ଭିଜିଗଲା ଆଖି


ସମର ବେଶରେ ଥାଇ ମୋ ମନ ବୁଝିଲ


ଫଗୁରଙ୍ଗେ ମୋର ମଥା ତୁମେ ଭରିଦେଲ


ଜୀବ ଥିବା ଯାଏଁ ତୁମ ନାମ ଭଜୁଥିବି


ପଶ୍ଚିମେଶ୍ବର ଇଶ୍ବର ଡାକ ମୁଁ ଛାଡିବି


ଏ ଅଭାଗିନୀ କାନ୍ଦୁଅଛି କୃପା ରଖିଥିବ


ଶରଣ ପଶିଛି ନାଥ ସଦୟ ହୋଇବ

**********************

ଜୟ ପଶ୍ଚିମେଶ୍ବର ସୋମନାଥ।

ଇତିଶ୍ରୀ ମହାନ୍ତି

*ପରିଚାଳନା ସଂପାଦିକା-ମାଟିର ମହକ

*ଢେଙ୍କାନାଳ ଟାଉନ୍‌

+++++++++++++++++



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍