ପ୍ରିୟାର ବିରହ
ପ୍ରିୟାର ବିରହ
ମନେ ବିଚାରଇ ଦୂର ଦେଶେ ରହି,
ନଯିବି ମୋ ପ୍ରିୟା ପାଶ,
ନମିଳୁ ପଛକେ ପରାଣ ପ୍ରିୟାର,
କ୍ଷଣିକ ମଧୁର ସ୍ପର୍ଶ,
ଏକାକି ଜୀବନେ ଶୁଖିଯାଉ ଆଖି,
ତା ଆସିବା ବାଟ ଚାହିଁ,
କାଟିଦେବି କାଳ ଅତୀତ ସ୍ମୃତିରେ,
ବିରହି ଜୀବନ ଜିଇଁ।୧।
ପାଶେ ଥିଲେ ପ୍ରିୟା କାହିଁକି କେଜାଣି,
ସମୟ ନପଡ଼େ ଜଣା,
ତା ମିଠା କଥାରେ ମିଠା ପରଶରେ,
ଦିବସଟା ଲାଗେ ଉଣା।
ହସରେ ତାହାର ଦୁଃଖ ଯାଏ ଘୁଞ୍ଚି,
ଚାହାଣୀରେ ମନ ବଥା,
ସତେକି ସରଗୁ ଅମୃତ ବର୍ଷୁଛି,
ଲାଗେ ପ୍ରିୟା ମିଠା କଥା।୨।
ସ୍ନେହ ପ୍ରେମକୁ ତା କେମିତି ଲେଖିବି,
ପାଟିରେ ନାହିଁ ମୋ ଭାଷା,
ଯୌବନ ବେଳାରେ ବିଭୁ କୃପା ବଳେ,
ପୂରଣ ହେଇଛି ଆଶା।
ରକ୍ତ ମାଂସ ଦେହଝିଅ ନୁହେଁ ସେତ,
ଦେହର ପରାଣ ମୋର,
ତାବିନା ସତେକି ଏ ସାରା ଜଗତେ,
ତୁଚ୍ଛ ମୋ ମନ ଶରିର।3।
ଏତେ ସବୁ ପରେ କାହିଁକି ଭୋଗୁଛି,
ମୋ ପ୍ରିୟା ଅନୁପସ୍ଥିତି,
ବିରହ ବେଦନା ଲାଗୁଚି ତାହାର
ସତେକି ଛାତିରେ କାତି।
ସ୍ବର୍ଗୀୟ ପ୍ରେମର ମିଳନ ଶେଷରେ,
ପାଶୁ ପ୍ରିୟା ଗଲେ ଚାଲି,
ଚଲାପଥ ମୋର ଅନୁଭୂତ ହୁଏ,
ମରୁର ତତଲା ବାଲି।୪।
ଜୀବନ ଯାତ୍ରାରେ ଜୀବିକା ନିଶାରେ,
ପ୍ରିୟାଠୁ ମାଗୁଣି ନେଇ,
ବିଛେଦ ବୋଝରେ ଯେବେ ଫେରିଆସେ,
ତାଠୁ ବଳି କଷ୍ଟ ନାହିଁ।
ଗଲାବେଳକୁତ ସାଥେ ଥିଲା ପ୍ରିୟା,
ଫେରିଲାନି ସାଥେ କାହିଁ?
କେମିତି କଟିବି ସଂଜରୁ ସକାଳ,
ତା ବିଛେଦ ସହି ସହି।୫।
ମୋ ଜାଣତେ ପ୍ରଭୂ କରିନି ଅନ୍ୟାୟ,
କେବେ କେଉଁ ପ୍ରେମିଠାରେ
ଅବା ମୁ ସାଜିନି କଣ୍ଟକର ବନ
କେବେକା ପ୍ରେମ ପଥରେ
ଦିଅ ପଛେ ଯାହା ଆଉ ସବୁ କଷ୍ଟ
ହସି ହସି ଯିବି ସହି
ହେଲେ ମୋ ଆଖିରୁ ନଝରୁ ଲୋତକ
ପ୍ରିୟାର ବିରହ ପାଇଁ।।୬।
******************
ଓଡିଶା ଆଦର୍ଶ ବିଦ୍ୟାଳୟ
ଗୁଣ୍ଡିମା, ମୋହନା,
ଗଜପତି, ଓଡ଼ିଶା।
ମୋ- ୯୪୩୮୬୬୨୮୭୮
