STORYMIRROR

AJITKUMAR MUNI

Others Tragedy

2  

AJITKUMAR MUNI

Others Tragedy

ଥରୁଟିଏ ପାଇଁ ଆ

ଥରୁଟିଏ ପାଇଁ ଆ

1 min
13.6K


ଏ କାବ୍ୟ .....

ଏ କବିତା....

ଆଉ ମୋ କାହାଣୀର ଝୁରାଫୁଲ

କ'ଣ ଯଥେଷ୍ଟ ନଥିଲା ତୋପାଇଁ ?

ତେବେ କାହିଁକି ତୁ ଦଳିଦେଲୁ ମୋ ସ୍ୱପ୍ନର କୋଣାର୍କ?

କ୍ଷଣିକରେ କରିଦେଲୁ ମୋ ଶାନ୍ତିର ସ୍ୱର୍ଗକୁ ନର୍କ ?

ବାଲୁକାର ସ୍ତୁପ ଭାବି ଭାଙ୍ଗିଦେଲୁ ମୋ ସୁଖର ସୌଧ?।1।

ତୁ ପରା କହୁଥିଲୁ .....?

ମୋ ଉପାସିଆ ପେଟ

ଉଦାସିଆ ଆଖି

ହତାସିଆ ମୁହଁ ଦେଖି

ରାତି ରାତି କାନ୍ଦୁଥିଲୁ ?

ରଂଗଛଡ଼ା ତୁଳି

ପାଇଜାମା କାଳୀ

ପାଦେ ମୋର ଛିଣ୍ଡା ଚଟି ଦେଖି

ଦିନେ କେବେ ରାତି ଅଧେ

କାନ୍ଦୁଥିଲୁ ଭୋଭୋ ମୋର ନିରୀମାଖି ।2।

ଖାଲି ଏତିକି କହୁଛି

ଆମ ଗାଁ ସୁରଜ ଆଉ ତମ ଗାଁ ପଙ୍କଜର

ପାହାନ୍ତି ମିଳନ ଆଗରୁ

ବାରଣ୍ଡାରେ ତୋର ଶୁଭ ସାହାନଇ

ବାଜିବା ପୂର୍ବରୁ

ସମ୍ପର୍କର ଶେଷଖିଅ ଛିଡିବା ଆଗରୁ

ଥରୁଟିଏ ଖାଲି ଆ.....

ମୋ ଘରକୁ ଆସି ଥରୁଟିଏ ପାଇଁ

ଦେଖାକରି ଦେଇ ଯାଆ.....।3।

ମିଛୁରୀ ତୁ ଭାବୁଚୁକି ?

ରାଗରେ ମୁ ମାଡ଼ଦେବି ଗାଲକୁ ତୋହର

ଗାଳିଦେଇ ବୁହାଇବି ତୋ ଆଖିରୁ

ଲୋତକର ଧାର ।

ଅବା ଛାତିରେ ତୋ ମଥା ରଖି

କ୍ରନ୍ଦନ କରିବି ଅବୋଧ ଶିଶୁର ।

ନା.......।

ତୁ ଦେଖିବୁ ମୁ କିଛିବି କରିବିନି

ତୋ ସୁଖର ଜୀବନ ଆରମ୍ଭ କରିବା ଆଗରୁ

ଖାଲି ତତେ ଦେଖେଇଦେବି....

ହାତଲେଖା ଚିଠିରେ ତୋ

କେମିତି ଉଇ ଲାଗିଲେଣି।

ଦେଇଥିବା ଉପହାରେ କାଳଙ୍କି ଧଇଲାଣି।

ଆଇ ମୋ ଛାତିରେ ସାଇତା ସ୍ମୃତି ତୋ

କେମିତି ଦୁଃଖରେ କାନ୍ଦି ଉଠିଲେଣି।

ଆ..... ଥରୁଟିଏ ପାଇଁ ଆ....।

ଜୀବନର ମୋର ଶେଷ ଇଛାଟିକୁ

ପୁରା କରିଦେଇ ଯାଆ।

ତୋ ସୁନା ସଂସାର ସୁଖୀ କରିବାକୁ

ମୋ ଆୟୁଷ ଘେନି ଯାଆ.....

ଆ..... ଖାଲି ଥରୁଟିଏ ପାଇଁ ଆ....।


*******ସମାପ୍ତ******


ଅଜିତ କୁମାର ମୁନି

ଓଡିଶା ଆଦର୍ଶ ବିଦ୍ୟାଳୟ

ଗୁଣ୍ଡିମା, ମୋହନା, ଗଜପତି (ଓଡ଼ିଶା)

ମୋ- ୯୪୩୮୬୬୨୮୭୮



Rate this content
Log in