STORYMIRROR

AJITKUMAR MUNI

Others

3  

AJITKUMAR MUNI

Others

ଆତଙ୍କବାଦ

ଆତଙ୍କବାଦ

1 min
14K


କିଏ ସେ ନିଷ୍ଠୁର ଦେବତା ତୋହର

ଦେଇଅଛି ଉପଦେଶ

କରି ଚାଲିଅଛୁ ଆପଣା ହାତରେ

ଆପଣା ବଂଶର ବିନାଶ।

କିଏସେ ଦାନବ ଧର୍ଧଗୁରୁ ତୋର

ପଢିଅଛି କାନେ ମନ୍ତ୍ର

ବିଜୟୀ ହବାକୁ କ୍ଷଣିକ ସଂସାରେ

କରି ସହୋଦର ବଧ ।୨।

ସମଗ୍ର ବସୁଧା କୁଟୁମ୍ବ ଭିତରେ

ରଚି ଶତ ସଂପ୍ରଦାୟ

ଭାବିଛୁ ଲଭିବୁ ଶାନ୍ତିର ଜୀବନ

ଗଢ଼ି ଆପଣା ସାମ୍ରାଜ୍ୟ ।୩।

ଆପଣା ହାତର ବନ୍ଧୁକ ମୁନରେ

ଆପଣା ଭାଇକୁ ମାରି

ରାଜ୍ୟ ମାନଚିତ୍ର ଲେଖିବୁକି ଭାଇ

ଭାଇ ବକ୍ଷୁ ରକ୍ତ ନେଇ ।୪।

ସାମ୍ରାଜ୍ୟବାଦର ମିଛ ଅହଂକାରେ

ବିନାଶୀ ଆତ୍ମିୟଜନ

ଲଭିବୁକି ଭ୍ରାତା ବିଜୟ ଶେଷରେ

ଗଉରବ, ଯଶ, ମାନ ।୫।

ଭାଷିଯିବୁ ଭାଇ ଆପଣା ମାଟିର

ନାରୀ ଜାତି ଲୁହ ଧାରେ

ଜଳିଯିବୁ ତୋର ବିଧବା ଭଗିନୀ

ଛାତିର କୋହ ନିଆଁରେ ।୬।

ବିଜୟ ନୁହେଁ ସେ ଜନ ମାନସରେ

ଉପୁଯାଏ ଯହିଁ ଭିତୀ

ଅବା ନିର୍ଯାତନା ହତ୍ୟା ରକ୍ତପାତ

ନୁହେଁ ବିଜୟର ରୀତି ।୭।

ସ୍ନେହ, ପ୍ରେମ, ତ୍ୟାଗ, ମଧୁର ବଚନ

ଚୀର ବିଜୟୀର ଅସ୍ତ୍ର

କେମିତି ଭାବିଛୁ ଦିଗ୍ ବିଜୟୀ ହେବୁ

ହାତେଧରି ମାରଣାସ୍ତ୍ର ।୮।

ବିଜୟ ବୋଲିକି ତାକୁ ତୁ ମଣିଛୁ ?

ମୋ ରାଇଜ ସୀମା ଡେଇଁ

ପତାକା ପୋତିବୁ ମରଣାସ୍ତ୍ରେ ତୋର

ରକ୍ତର ନଦୀ ବୁହାଇ।୯।

ବିଧବା ଅନାଥ ବୃଦ୍ଧର ରାଇଜେ

ରାଜା କି ସାଜିବୁ ତୁହି ?

ଦୁଃଖିନୀ ସମାଜେ ଶାସକ ସାଜିବୁ

ବିଜୟୀ ମାନ୍ୟତା ପାଇ।୧୦।

ଧର୍ମଗୁରୁ ର ଅନ୍ଧ ପ୍ରେରଣାରେ

ଅନ୍ଧାରି ଶାସନ କରି

ଅନ୍ଧର ଯୁଗ କି ଆରମ୍ଭ କରିବୁ

ହତ୍ୟା ରକ୍ତପାତ କରି?।୧୧।

ଏ ମାଟି ବକ୍ଷରେ ଯାହାକୁ ଭାବିଛୁ

ପର କି ପଡୋଶୀ ତୋର

ତା ବକ୍ଷ ରୁଧିରେ ଆଜି ବି ବହୁଛି

ତୋ ମାଆ ଅମୃତ ଧର ।୧୨।

ନୁହେଁ ବିକଳାଙ୍ଗ ନୁହେଁ ସେ ଦୁର୍ବଳ

ନୁହେଁ ଭୀରୁ କାପୁରୁଷ

ପରାଣ ଠୁ ବଡ ତାପାଇଁ ତାହାର

ମାଟି ମାଆ ମାନ ଯଶ।୧୩।

ଏଇ ମାଟି ସେହି ନାରୀଟିଏ ଯହିଁ

ରାଷ୍ଟ୍ର ସ୍ୱାଧୀନତା ଲାଗି

ରଣାଙ୍ଗନ ପରେ କରିଅଛି ରଣ

ହସ୍ତେ କରବାଳ ଧରି।୧୪।

ବାର ବରଷର ବାଳୁତ ଧରମା

ଜାତିର ଜୀବନ ପାଇଁ

ତେଜିଥିଲା ପ୍ରାଣ କୋଣାର୍କ ମଥାରୁ

ଚନ୍ଦ୍ରଭାଗା ନୀରେ ଡେଇଁ।୧୫।

ନାଉରିଆ ପିଲା ବାଜିରାଉତ ସେ

ମଲା ସିନା ଗୁଳି ଖାଇ

ବଇରୀକୁ ତାର ଦେଲାନି ସୁଯୋଗ

ଯିବାକୁ ତା ଜନ୍ମଭୂଇଁ।୧୬।

ଆମେ ସେହି ମାଟି ଉତ୍ତରଦୟାଦ

କେତେ ସହିବୁ ଅଧର୍ମ?

ସହିଚାଲିଅଛୁ ସହୋଦର ଭାବି

ଅହିଂସା କରି ଧାରଣ ।୧୭।

ସହିବାର ସୀମା ଟପିଗଲା ପରେ

କେହି ତା ନୁହେଁ କାହାର

ତୁମରି ମାଟିିରେ କ୍ଷଣିକେ ଗଢିବୁ

ଆତଙ୍କବାଦର କବର।୧୮।

************

ଅଜିତ କୁମାର ମୁନୀ

ଓଡିଶା ଆଦର୍ଶ ବିଦ୍ୟାଳୟ

ଗୁଣ୍ଡିମା, ମୋହନା, ଗଜପତି।

ଦୁରଭାଷ- ୯୪୩୮୬୬୨୮୭୮




Rate this content
Log in