STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ପ୍ରେରଣା

ପ୍ରେରଣା

1 min
121

କୃତଜ୍ଞଟି ମୁହିଁ ପିତାମାତା ପାଇଁ

ଯତ୍ନଶୀଳ ହେବା ବୁଝି

ତାଙ୍କ ହାତ ଧରି ଚାଲଇ ଯେ ବାଟ

ପାରୁନି ସେ ରୁଣ ସୁଝି।।


କୃତଜ୍ଞଟି ମୁହିଁ ସାଧୁ ସନ୍ଥ ପ୍ରତି

ଉଦାସୀନ ଯା’ର ଭାବ

ନାହିଁ ତା’ ଆବେଗ ନିରୁଦ୍ବେଗ ସେହୁ

ସୁଖ ଦୁଃଖ ସମଭାବ।।


କୃତଜ୍ଞଟି ମୁହିଁ ମୋ ଗୁରୁଜୀ ପାଇଁ

ଶକ୍ତି ସାମର୍ଥ୍ୟଟି ପାଇ

ଦୁନିଆର ଆଗେ ଭରସି କହିବା

ଯାହାଠୁଁ ଶିଖିଲି ମୁଇଁ ।।


କୃତଜ୍ଞଟି ମୁହିଁ ବନ୍ଧୁଟିର ପାଇଁ

ସୁଖ ଦୁଃଖ ଫେଣ୍ଟା ଫେଣ୍ଟି

ଦେଇନି ଦୁଃଖ ସେ ଭୋଗିବାକୁ ମୋତେ

ସବୁ ସେ ନେଇଛି ବାଣ୍ଟି।।


କୃତଜ୍ଞଟି ମୁହିଁ ବୃଦ୍ଧ ବୃଦ୍ଧା ପାଇଁ

ଶାନ୍ତଶୀଳା ଯା’ ର ଚିତ୍ତ

ତା ‘ର ଲାଗି ମୋର ବଦଳି ପାରିଛି

ଏଥୁ ଜୀବନ ବୃତ୍ତାନ୍ତ।।


କୃତଜ୍ଞଟି ମୁହିଁ ଯୁବକର ପାଇଁ

କି ଶକ୍ତି ବହନ କରେ

"ପାରିବି ମୁଁ କହି" ଲଂଘି ଯାଏ ଗିରି

କେଡ଼େ ଉନ୍ମାଦନା ଭରେ।।


କୃତଜ୍ଞଟି ମୁହିଁ ଶିଶୁଟିର ପାଇଁ

ଶିଶୁ ପରା ଦେବୋପମ

ସରଳ ସୌକର୍ଯ୍ୟ ଯା’ ଜୀବନ ଚର୍ଯ୍ୟା

ସିଏ ନୁହେଁ ମୋର ଭ୍ରମ।।


କୃତଜ୍ଞଟି ମୁହିଁ ସମାଜର ପାଇଁ

ଯାହା ଠାରୁ ପରା ଦିନେ

ଜୀବନର ଶୈଳୀ ବଞ୍ଚିବାର କଳା

ଶିଖିଥିିଲା ଗୋଟାପଣେ।।


କୃତଜ୍ଞଟି ମୁହିଁ ଏ ଦେଶ ମାତୃକା

ଦେଶ ସେବକରେ ଭଲେ

ଯା’ ର ଲାଗିି ପରା ଏ ଦେଶ ଜନତା

ସଣ୍ଢା ଟେକି ବାଟ ଚାଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍