STORYMIRROR

Karttik Sethi

Others Inspirational

2  

Karttik Sethi

Others Inspirational

ପ୍ରାଣୀଙ୍କ ଆରତ

ପ୍ରାଣୀଙ୍କ ଆରତ

1 min
13.1K


   ପ୍ରାଣୀଙ୍କ ଆରତ

*********************

 କ୍ଷୀର ସାଗରରେ     ଶୋଇଅଛ ପ୍ରଭୁ

     କ୍ଷୀର ପାଇଁ କେ ବା କାନ୍ଦୁଚି

କ୍ଷୀର ଦେବା ପ୍ରାଣୀ   କାନ୍ଦି କାନ୍ଦି ମରେ

     ସୁରକ୍ଷା ବନ୍ଧ କେ ବାନ୍ଧୁଚି !!

କାଳର ଜୁଆର        ମାଡ଼ିଆସେ ପ୍ରଭୁ

     ଭଟ୍ଟା ତା'ର କେବେ ନାହିଁ କି ?

ମୋ ମାତା କାନ୍ଦୁଚି   ଗୋମାତା କାନ୍ଦୁଚି

      ମାତାଙ୍କ ସୁରକ୍ଷା ପାଇଁ କି ।।

ଛାଗ ମାତା ମୋର    ହାଣ ଖାଉ ଅଛି

       ବଜାରେ ଗରମ ଖାଉକି

ଆଖି ଆଗେ ତା'ର    ପିଲାକୁ ହାଣିଲେ

        ଦରଜ ତୁମର ନାହିଁ କି !!


Rate this content
Log in