STORYMIRROR

Satyaprakash Sethy, M. A(UGC NET)

Others

2.5  

Satyaprakash Sethy, M. A(UGC NET)

Others

ପୀଡ଼ା ହୟାନ୍ତକ

ପୀଡ଼ା ହୟାନ୍ତକ

1 min
14.4K


ଫର୍ମାଲିନ୍ ଖାଇ ମଲେଣି ଥୋକେ ତ

ମରିବେ ଆହୁରି କେତେ

ନିଦୁଆ ରାଇଜେ ନିଦ ତ ଭାଜେନି

ସରକାର ଭାରୀ ଚେତେ।।

ଫର୍ମାଲିନ୍ ବିକା ଆନ୍ଧ୍ର କାରବାର

ଛଳ ପଣ ଆସାମେ ନା

ହେଲେ ଶସ୍ତେ ଖିଆ ଆମେ ଶସ୍ତା ଅତି

ନାହିଁ ରୋଗ କିଣା ମନା। ।

ତଟକା ଦିଶଇ ଫର୍ମାଲିନ୍ ବୋଳା

ମାଛ ପରିବାକୁ ଫଳ

ଗ୍ରାହକ ବୋକାଏ ରୋଗଟା ସାଉଁଟେ

ବୈଦ୍ୟ କି ଆମର ବଳ?

ଗ୍ୟାସିଟିକକୁ ସିରୋସିସ୍ ଆଦି

ଉପଚିତ ନାନା ବ୍ୟାଧି

ଆନେମିଆ ଜାତ ଲିକୋମିଆ ରୋଗ

ରକ୍ତ କର୍କଟ ଅବଧି।।

ହୃଦ ମୂତ୍ରାଶୟ ହାଡ଼ଶସ ପୁଣ

ଯକୃତ ହୁଏ ପ୍ରଭାବିତ

ପ୍ରତିକାର ନାହିଁ ପୀଡ଼ା ହୟାନ୍ତକ

ଚେଷ୍ଟା ବିଫଳ ସତତ ।।

ଡାକ୍ତର ବୋଲନ୍ତି ଲୁଣର ପାଣିରେ

ଘଣ୍ଟେ ଦେଢ ଘଣ୍ଟା କାଳେ

ବତୁରାଇ ରଖେ ନବେ ଶତାଂଶ ବା

ରୋଗ ଦାଉ ମୁକ୍ତି ମିଳେ।।

ହେଲେ ସରକାର କରନ୍ତେ କି ନୀତି

ମୂଳୁ ଯା'ନ୍ତା କଷ୍ଟ ଫେରି

ନୋହିଲେ ମରିବା ଫର୍ମାଲିନ୍ ଗିଳି

ମାର୍କେଟେ ତା ଭାଉ ଭାରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍