ଫେରନ୍ତ କି ପୁଣି ତୁମେ ଆଉଥରେ
ଫେରନ୍ତ କି ପୁଣି ତୁମେ ଆଉଥରେ
ରତ୍ନାକର ପରିଡା, ବୟସ ପଚାଶ ପାଖାପାଖି, ଧର୍ମପତ୍ନୀ ଧୋକା ଦେଇ, ଅଧାରାସ୍ତାରେ ତାଙ୍କୁ ଛାଡି ଆର ପାରିରେ। ଘରେ ଦୁଇଟି ବଢ଼ିଲା ପିଲା। ପିଲାଙ୍କ ଭବିଷ୍ୟତ ଭାବି ଭାବି ରାତିରେ ଆଖିକୁ ନିଦ ଆସେନାହିଁ। ଖଟରେ ଶୋଇ ଶୋଇ ଖୋଲା ଝରକାରେ ବାହାରକୁ ଚାହିଁ ଭାବନ୍ତି ସ୍ତ୍ରୀ କଥା.... ତାଙ୍କ ମନକଥାକୁ ନେଇ ଏ କବିତାଟି....
ଫେରନ୍ତ କି ପୁଣି ତୁମେ ଆଉଥରେ
ମନେପଡ ତୁମେ ବେଳ ଅବେଳରେ,
ମନେପଡ ତୁମେ ରାତ୍ରିର ନିର୍ଜନ ପ୍ରହରେ,
ମନେପଡ ତୁମେ ସମସ୍ତେ ଶୋଇଗଲା ପରେ,
ମନେପଡ ତୁମେ ରୁଦ୍ଧ କୋଠରୀରେ।
ଦିଶିଯାଅ ତୁମେ ଧୂମ୍ର କୁଣ୍ଡଳୀରେ,
ଦିଶିଯାଅ ତୁମେ ପିଆଲା ପାତ୍ରରେ,
ଦିଶିଯାଅ ତୁମେ ଅନ୍ଧାର ଭିତରେ,
ଦିଶିଯାଅ ତୁମେ ପତ୍ର ଗହଳରେ।
ତୁମ ମୁଖେ ଥିଲା ଚାନ୍ଦର ଚାନ୍ଦିନୀ,
ତୁମ କଣ୍ଠେ ଥିଲା ରାଗର ରାଗିଣୀ,
ନୃତ୍ୟେ ତୁମେ ଥିଲା ଶିବଙ୍କ ତାଣ୍ଡବ,
ହସ୍ତେ ତୁମ ଥିଲା ବଳିଆର ଭୁଜ।
ହୃଦେ ତୁମ ଥିଲା ମା’ର ମମତା,
ସ୍ନେହ ତୁମର ତ ଲେଲିହାନ ଶିଖା,
ରାଗତ ତୁମର ପରମ ଚଣ୍ଡାଳ,
ପ୍ରେମ ତ ତୁମର ବାରିଧିର ଜଳ।
କାହିଁ ଚାଲିଗଲ ଅଫେରା ବାଟରେ,
ଝୁରୁଛନ୍ତି ସର୍ବେ ଅତି ନିରନ୍ତରେ,
ଫେରନ୍ତ କି ପୁଣି ତୁମେ ଆଉଥରେ,
କୋଳାଗ୍ରତ କରି ନିଅନ୍ତି ମୁଁ ଥରେ।
ଆସି ଦେଖିଯାଅ ଥରେ ମୋ ଅବସ୍ଥା,
ତୁମ କଥା ଭାବି ହେଲିଣି ମୁଁ କଣ୍ଟା,
ଆଉଥରେ ଖାଲି ଦେଖିବାକୁ ଇଛା,
ପୂର୍ଣ୍ଣକର ମୋର ଏହି ମନୋବାଞ୍ଛା।
ଲେଖେ ମୁଁ କବିତା ତୁମ କଥା ଭାବି,
କାହିଁ ମନେପଡ ପୁଣି ଥରେ ଆଜି,
ହଜି ମୁଁ ଯାଆନ୍ତି ତୁମରି କୋଳରେ,
ଫେରନ୍ତ କି ପୁଣି ତୁମେ ଆଉଥରେ।
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
9376012500
subal.mohapatra@gmail.com