Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Mohapatra

Others

2  

Subal Mohapatra

Others

କାହିଁଗଲା ମୋ ଶୈଶବ ?

କାହିଁଗଲା ମୋ ଶୈଶବ ?

1 min
7.3K


କାହିଁଗଲା ମୋ ଶୈଶବ ?

ସୁବଳ ମହାପାତ୍ର



କାହିଁ ଗଲା ମୋ ଶୈଶବ, କିଏ ଜଣେ ଖୋଜି ଆଣି ଦିଅନ୍ତା କି ?

ଆଜିର ଏ ଟେନସନ ଭରା ଦୁନିଆରୁ ମୁକ୍ତି ପାଇ ଯାଆନ୍ତି କି ?


ମନ ଖୋଜେ ସେ କିତିକିତି, ବାଡ଼ି ଡିଆଁ ଆଉ ବୋହୂ ଚୋରି ଖେଳକୁ,

ଭାଳି ହୁଏ ପୁଣି ପୁଆବାଡ଼ି, ବାଟି ଆଉ ଗାଁ ପଡିଆର ଫୁଟବଲକୁ ।


ମନେ ପଡେ ପୁଣି କ୍ରିକେଟର ଚୌକା ଆଉ ଛକା ,

କ୍ୟାରମ ଖେଳା ଆଉ କ୍ଲବ ଘର ପକ୍କା ।


ଦେଖି ହୁଏ ଗାଁ ଝିଅ ବୋହୂଙ୍କ ଗଜଗମନୀ ଚାଲି ,

ପ୍ରେମିକାର ଆଖିଠାର ଆଉ ବୁଲା ବିକାଳିର ଝୀଲମିଲ ମାଳି ।


ଅଫିସରେ ବସିବସି, ବସଠାରୁ ଖାଉଥାଏ ଗାଳି,

ଭଲ ଥିଲା ଗାଁ ମୁଣ୍ଡ ଆମ୍ବ ତୋଟା ଟୋକା ମେଳି ।


ମନେ ପଡେ ଆଜି ଜେଜୀର ଆରିସା, ଚକୁଳି ଆଉ ଛୁଞ୍ଚିପତ୍ର ପିଠା,

ପୋଡ଼ପିଠା, ବୁଢା ଚକୁଳି, ସିଝା ମଣ୍ଡା ଆଉ ଗଇଁଠା ।


ଏ କଂକ୍ରିଟର ଜଙ୍ଗଲରେ କାହିଁ ସେ ଭଲ ପାଇବା,

ଯଦୁ ନନା ବାଡ଼ି ବରକୋଳି ଆଉ ସୁଧ ଅଜା ବାର ମଜା ।


କଞ୍ଚା ଆମ୍ବ, କଇଁଚି କାକୁଡି, ଲୁଣ ଲଙ୍କା ଗୁଣ୍ଡ ସହ ଝିଲିର ଖିଲିଖିଲି ହସ,

ଯେତେ ଭାବିଲେ କଣ ହବ, ଏଠି ବଡାପାଓ ଆଉ ପୋହା ଖାଇ ବସ ।


ନମିଳେ ଏଠି ବାବୁଲା ବରା, ଆଉ ନାଥ ଦୋକାନ ଲସି,

ଭାବିଭାବି ଦିନ ଗଲା ଅଫିସରେ ବସି ବସି ।


ଜେଜେଙ୍କ ଲାଠି ଆଉ ନଈ ପହଁରା,

କେତେ ଭଲ ଲାଗେ ଦି’ପହରେ ଆମ୍ବ ପରା ।


ଗାଁରେ, ବାହାଘର ଆଉ ଶୁଦ୍ଧ ଘର ଭୋଜି,

ଯିଏ ଖାଇଛି ସେ ହିଁ ଜାଣିଛି ।


ବାପାଙ୍କ ନାଲିଆଖି ଆଉ ହେଡ ମାଷ୍ଟ୍ରେଙ୍କ ଛାଟ,

ଇଲୋ ମୋ ବୋପା, ପରୀକ୍ଷା ଆସିଲେ ସବୁ ନାଟ ।


ଭାରି ଭଲ ଲାଗେ ଖରା ଦିନ ଛୁଟି ,

ଦୋଳ,ହୋଲି, ଦଶହରା ଆଉ ଧାନକଟା ଛୁଟି ।


ଲୋକ କହନ୍ତି ପାଠ ପଢ଼ ବଡ ମଣିଷ ହବୁ,

ମୁଁ କହେ ବାପରେ, ଓଡିଶା ପଖାଳ ଆଉ ନ ପାଇବୁ ।


ପଖାଳ ସାଙ୍ଗେ ବଡ଼ି ଚୁରା, ଚୁନା ମାଛ ଆଉ କୋଶଳା ଶାଗ,

କାହିଁ ଗଲା ମୋ ଶୈଶବ, କିଏ ମୋତେ ଖୋଜି ଆଣି ଦେବ ।


---- ସମାପ୍ତ ----


ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in