Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Mohapatra

Others

3  

Subal Mohapatra

Others

ରଥ ଉପରେ କାଳିଆ

ରଥ ଉପରେ କାଳିଆ

1 min
7.0K


ରଥ ଉପରେ କାଳିଆ


ସୁବଳ ମହାପାତ୍ର


ରଥ ଉପରେ କାଳିଆ ତୁ,

ବସିକି ଦେଖୁଛୁ ଅଗଣିତ ନର, ନାରୀ, ପିଲା, ବୁଢା,

ଭେଣ୍ଡିଆଠୁ ଆରମ୍ଭ କରି କେତେ ଯେ ଅବଳା ଓ ଦୁର୍ବଳା,

କେବଳ ତୋ ଅପେକ୍ଷାରେ,

କେତେ ଯେ ବିଶ୍ଵାସ ତାଙ୍କର ତୋ ଉପରେ,

ତୁ ତ ଜଗତର ନାଥ,

ବିଶ୍ଵ ବ୍ରହ୍ମାଣ୍ଡ ତୋ ହାତରେ,

ହର୍ତ୍ତା କର୍ତ୍ତା ଦଇବ ବିଧାତା ତୁ,


କିନ୍ତୁ କାହିଁ ,


କାହିଁ ତୁ ଶାସ୍ତି ତ ଦେଇ ପାରୁନୁ,

ସେଇ ପୂଜା ପଣ୍ଡାମାନଙ୍କୁ,

ଯେଉଁମାନେ କରିଛନ୍ତି ନବକଳେବରେ ବିଭ୍ରାଟ,

କରୁଛନ୍ତି ଅକର୍ମ,

କରୁଛନ୍ତି ତୋ ଭକ୍ତମାନଙ୍କ ଉପରେ ଅତ୍ୟାଚାର,

ରଖାଉଛନ୍ତି ତୋତେ ଉପବାସ,

ଆଉ କରୁଛନ୍ତି ତୋ ନୀତି କ୍ରାନ୍ତିରେ ବିଳମ୍ବ,

ମାତ୍ର କିଛିଟା ପଇସା ପାଇଁ ।


----X----


ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in