Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

amarjit mallik

Others

4.0  

amarjit mallik

Others

ନୂଆ ବର୍ଷ

ନୂଆ ବର୍ଷ

1 min
179



ବିଦାୟ ଯେ ଦେଲେ

ବାଇଶକୁ ଆମେ

ଆରମ୍ଭ ହେଲା ତେଇଶ

ଭଲରେ କଟିବ 

ଏ ବରଷ ଥିଲେ 

ଜଗନ୍ନାଥଙ୍କ ଆଶିଷ।

ବିଦାୟ ବେଳରେ

କେତେ ମଜାମସ୍ଥି

କେତେ ଭୋଜିଭାତ ହୁଏ

କେତେ ସାଙ୍ଗସାଥୀ

କେତେ ନୂଆ ଯାଗା

ବୁଲିବୁଲି ବେଳ ଯାଏ।

ନୂଆ ବର୍ଷ ପୁଣି

କେତେ ନୂଆ ଖୁସି

କେତେ ଦୁଃଖ ଆଣି ଯାଏ

ବଜାର ଘାଟରେ

ସୁରାର ସେବନ

କେତେ ପ୍ରାଣ ପୁଣି ନିଏ।

ହସିହସି ଆମେ 

ବିଦାୟ ଯେ ଦେବା

ପୁରୁଣାକୁ ରଖି ମନେ

ଖୁସିର ସମୟ

ନୂଆ ବରଷକୁ

ଚାହିଁ ଅପଲକ ନୟନେ।

ସ୍ବାଗତ ସ୍ବାଗତ

ହାର୍ଦ୍ଦିକ ସ୍ବାଗତ

ନୂତନ ବର୍ଷରେ କରେ

ତୁମକୁ ତୁମର 

ସର୍ବ ପରିବାର

ଅଭିନନ୍ଦନରେ ଭରେ।।



Rate this content
Log in