ନୂଆ ବରଷ- ବରଷ ଉଣେଇଶି
ନୂଆ ବରଷ- ବରଷ ଉଣେଇଶି
1 min
269
ବିଗତକୁ ବାଏ ଆଗତକୁ ହାଏ
ଦୁଃଖ ଅବସାଦ ହଟୁ
ସୁଖ ସମୃଦ୍ଧିରେ ଦିନ କଟି ଯାଉ
ଶାନ୍ତି ଅହରହ ଜୁଟୁ।।1
ନୂଆ ବରଷରେ ସୁଖ ମନାସୁଛି
ସବୁ ହେଉ ଶୁଭଙ୍କର
ଦୁଃଖ ତାପ ଯେତେ ସବୁ ଯାଉ ହଟି
ଲଭ ସୁଖ ପାରାବାର।।2
ନୂଆ ବରଷଟି ନୂଆ ରୂପ ଧରି
ଆସେ ଧରାଧାମେ ଯେବେ
ନୂଆ କଥା ମାନ ସବୁ ସେ ହୋଇଛି
ହୋଇ ନାହିଁ ଯାହା କେବେ।।3
ମଣିଷ ମନରୁ ସ୍ୱାର୍ଥ ଲୋଲୁପତା
ସବୁ ଯାଏ କେଣେ ଛାଡ଼ି
ଆତ୍ମୀୟତା ଆଉ ଆନ୍ତରିକତାର
ଯେବେ ସେ ପଡ଼ିଛି ହୁଡ଼ି ।।4
ପ୍ରେମ ଆଉ ଭଲ ପାଇବାର ରଙ୍ଗେ
ରଙ୍ଗୀ ହେଉ ନୂଆ ବର୍ଷ
ମନରେ ଜଗାଇ ସ୍ନେହ ମମତାର
ଉଚ୍ଛ୍ୱଳ ଜଳ ତରଙ୍ଗ ।। 0
