STORYMIRROR

Bhakta Malla

Others

3  

Bhakta Malla

Others

### ନୀଳବର୍ଣ୍ଣ ଶୃଗାଳ ###

### ନୀଳବର୍ଣ୍ଣ ଶୃଗାଳ ###

1 min
12.5K


### ନୀଳବର୍ଣ୍ଣ ଶୃଗାଳ ###

ମୁଁ ମୋତେ ଦେଖିଲା ବେଳକୁ

ହାଇ ମାରୁଛି ଅପରାହ୍ନ ଛାଇ

ଦୂର ଦିଗ୍ ବଳୟେ

ନଇଁ ଆସିଲାଣି ସୂର୍ଯ୍ୟ

ମୋତେ ଚିହ୍ନି ହେଲା ନାହିଁ ।

ଯାହା ଚିହ୍ନି ହେଲା -

ସିଏ " ମୁଁ " ନୁହେଁ

କୃଷ୍ଣ ବର୍ଣ୍ଣ କପଟୀ ଚାଦର

ଯାହା ମୋତେ ରଖିଛି ଘୋଡେଇ,

ଯେମିତି ପରସ୍ତ ପରସ୍ତ ମେଘଖଣ୍ଡ

ଆକାଶର ଚେହେରାକୁ

ପକାଏ ଆବୋରି

ନୀଳବର୍ଣ୍ଣ ଦୃଶ୍ୟ ହୁଏ ନାହଁ ।

ମୋତେ ସଂସ୍କାରିତ କରିବାକୁ

ସଂସାର ଟା ବଦ୍ଧପରିକର

ସୃଜିବାକୁ ନବ ସଂସ୍କରଣ,

ଜରାୟରୁ ଜୁଇ ଯାଏ

ନିରନ୍ତର ପ୍ରଚେଷ୍ଟା ରେ

ମୋ ଉପରେ ବୋଳାହେଲା

ରଙ୍ଗ ଆସ୍ତରଣ

ବିବିଧ ବର୍ଣ୍ଣର ;

ସଜ୍ଞାନ ର ସତୃଷ୍ଣ ତୂଳୀରେ

ଭାବନାର ଅପୂର୍ବ ବିଭାରେ

ରାଗ ରଙ୍ଗ ରୋଷଣୀରେ

ମୁଁ କାଳେ ସୁନ୍ଦର ଦିଶିବି !!

ନିଜଠୁଁ ଅଲଗା ହୋଇ

ଜନମନ ଜଗତ ତୋଷିବି ।।

ଏବେ ଏବେ ରଙ୍ଗ ମାଖି

ଚାଲିଥିବା ବହୁପଥ

ନିଜ ଠାରୁ ଖୁବ୍ ବେଶି ଦୂର ,

ଅପହଞ୍ଚ ଇଲାକାରୁ

ମୁଁ ଦେଖୁଛି ମୋତେ

ମୋର ସର୍ବାଙ୍ଗ ଶରୀର

ନୀଳବର୍ଣ୍ଣ ଶୃଗାଳ ର ।।

ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

6th March 2018.


Rate this content
Log in