STORYMIRROR

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ନବରାତ୍ରି

ନବରାତ୍ରି

1 min
14K


ଦୁର୍ଗତିନାଶିନୀ ଜଗତଜନନୀ

ବିଶ୍ୱେଶ୍ୱରୀ ପରା ମାଆ

ଯେବେ କଳିକାଳ ଘୋର ଉପସ୍ଥିତ

ବିପଦୁ ଉଦ୍ଧାରୁ ଥାଆ। ।1

ନବମୀ ପୂଜାରେ ନବ ମାତା ପୂଜା

କରେ ଶକ୍ତି ଆରାଧନା

ଗୋଟି ଗୋଟି କରି ସେ କଥା ସମୂହ

କରେ ଏଠି ଆଲୋଚନା।।2

ଦକ୍ଷ ପ୍ରଜାପତି ନନ୍ଦିନୀ ତୁହିଲୋ

ଶିବଙ୍କ ଘରଣୀ ସତୀ

ସ୍ଵାମୀ ଅପମାନ ପାରିଲୁନି ସହି

ଯଜ୍ଞେ ଦେଲୁ ମୁଣ୍ଡ ପାତି।। 3

ଯେଣୁ ଶୈଳରାଜ ହିମାଳୟଠାରୁ

ଜନମିଲୁ ତୁହି ମାତ

‘ଶୈଳପୁତ୍ରୀ’ନାମ ବହି ତୁ ସଂସାରେ

ହେଲୁ ପୁନଃ ଆତଯାତ।।4

ଦ୍ଵିତୀୟେ କଲୁ ଯେ ଘୋର ସେ ତପସ୍ୟା

ଶିବଙ୍କୁ ପାଇବା ପାଇଁ

ତପସ୍ୟାଚାରିଣୀ ବ୍ରତ ତୁ ପାଳିଲୁ

‘ବ୍ରହ୍ମଚାରିଣୀ’ ଯେ ହୋଇ।। 5

ତୃତୀୟେ ଶିବଙ୍କୁ କଲାଠୁଁ ବିବାହ

ଶିର ଅର୍ଦ୍ଧଚନ୍ଦ୍ର ହେଲା

ଘଣ୍ଟା ପରି ଯାହା ପ୍ରତୀତଟି ହୁଏ

ତେଣୁ ‘ଚନ୍ଦ୍ରଘଣ୍ଟା’ ମାତା।।6

ଚତୁର୍ଥରେ ତୋତେ କହେ କୁଷ୍ମାଣ୍ଡା

ଯେଣୁ ସୃଷ୍ଟି ସଂରଚନା

କୁ ଉଷୁମ ଅଣ୍ଡା ଯାହାର ଅର୍ଥଟି

ଛୋଟ ଅଣ୍ଡାକୃତି ଊର୍ଜା।। 7

ଦେବାସୁର ଯୁଦ୍ଧେ ନେତୃତ୍ୱ ସକାଶେ

ଦେଲୁ ଜନ୍ମ୍ ସ୍କନ୍ଦ ଯେଣୁ

ସ୍କନ୍ଦ ବା କାର୍ତ୍ତିକ ମାତା ହେବା ଯୋଗୁଁ

‘ସ୍କନ୍ଦମାତା’ ରୂପେ ଯାଣୁ।। 8

କାତ୍ୟାୟନୀ ରୁଷି ତପସ୍ୟା କଲାଠୁଁ

କନ୍ୟା ରୂପେ ନେଲୁ ଜନ୍ମ

ତେଣୁ ‘କାତ୍ୟାୟନୀ’ ରୂପେ ଯେ ବନ୍ଦିତା

ଏହି ତ ଜନ୍ମ ବୃତ୍ତାନ୍ତ।। 9

ଅନ୍ୟ ସିଦ୍ଧାନ୍ତଟି ମହିଷା ନିଧନେ

ନେଲ ପ୍ରଥମରୁ ଯେଣୁ

କାତ୍ୟାୟନୀ ରୂପ ତେଣୁ ଯେ ବନ୍ଦନା

ମାତା ‘କାତ୍ୟାୟନୀ’ ଭଣୁ 10

ରକ୍ତ ବୀର୍ଯ୍ୟ ରକ୍ତ ନିବାରଣ ଲାଗି

ସ୍ଵ ସ୍ଵର୍ଣ୍ଣ ଛାୟାରୁ ଜାତ

‘କାଳରାତ୍ରି’ ମାତା କରେ ଉପାସନା

ସପ୍ତ ଦିବସେ ଭକତ।। 11

ଅସୁର ସଂହାରୀ ମଳିନଟି କାନ୍ତି

ତହୁଁ ଗଙ୍ଗାସ୍ନାନ କରି

ସ୍ଵ କାନ୍ତି ପାଇଲ ଗୌରବର୍ଣ୍ଣ ଫେରି

ହେଲ ତେଣୁ ମହାଗୌରୀ।। 12

ଅଷ୍ଟ ସିଦ୍ଧି ସ୍ଵାମୀ ତୁ ସିଦ୍ଧି ଦାୟୀକା

ସର୍ବ ଫଳ ସିଦ୍ଧିଦାତ୍ରୀ

ନବମୀ ପୂଜାରେ ଶେଷେଟି ପୂଜନ

ତୁମ ଠାରେ ହୁଏ ବ୍ରତୀ।। 13

ସ୍ଵୟଂ ଶିବ ଦିନେ ଅଷ୍ଟସିଦ୍ଧି ଲାଗି

କାମନା ରଖିଣ ମା’ଠିଁ

କରନ୍ତେ ପୂଜନ ସିଦ୍ଧି ଲଭି ହେଲେ

ଅର୍ଦ୍ଧେକ ନାରୀଶ୍ୱରଟି।। 14

ଏହି ପ୍ରକାରର କେତେ ରୂପେ ମାତ

କରୁ ଯେ ଲୀଳା ପ୍ରକଟ

ମୁଁ କାହୁଁ ବୁଝିବି କରି ଦେ ଖାଲି ମୋ

ଅଭୀଷ୍ଟ ସିଦ୍ଧିର ଯୋଗ। ।15

ଏହି ରୂପେ ଆମେ ନବ ମାତା ପୂଜା

କରି ଥାଉ ନବ ଦିନ

ନବରାତ୍ରି ପୂଜା ରୂପେ ସେ ଯେ ଖ୍ୟାତ

କେତେ ଯେ କହିବା ମନ।। 0


Rate this content
Log in