STORYMIRROR

Manas Ranjan Pattanayak

Others

3  

Manas Ranjan Pattanayak

Others

ନବକଳେବର

ନବକଳେବର

1 min
423





ନବକଳେବର ହୋଇଲା ଠାକୁର

ବିଶ୍ବେ ଦେଖୁଥିଲେ ଜନ,

ସେ ବିଶ୍ବ କରତା ନାହିଁ ମୋ ଭରସା

ଶ୍ରୀଚରଣେ ରହୁ ମନ।


କାଳିଆ ସାଆନ୍ତ ଅପୂର୍ବ ମହୀମା

କରିପାରିବିନି ପୂଜା,

ଏ ମୂର୍ଖ ପତିତ କାନ୍ଦେ କଇଁ କଇଁ

ଦେଖୁଥାଅ ସବୁ ମଜା।


ତୁମେ ବ୍ରହ୍ମା ବିଷ୍ଣୁ ପ୍ରଭୁ ଅର୍ନ୍ତଯାମୀ

ନରକ ସମାନ ଜୀବ,

କଳକୀ ର ରୂପ ନିଅହେ ଠାକୁର

ବୁଡିଯାଉ ସର୍ବ ନାବ।


କି କାରଣେ ତୁମେ ଦେବ ଦରଶନ

ଆତଙ୍କିତ ସୃଷ୍ଟିବାସୀ,

ପ୍ରଣତି କରିବେ ମୁଣ୍ଡ ବାଡେଇବେ

ନ ଲାଗୁ ତୁମର ରଶି।


ସୃଷ୍ଟିର ସର୍ଜନା ଅଟଇ ବିଚିତ୍ର

ଦାରୁଣ କଷଣ ମତି,

ଅଭାଗା ମରିବେ ବିଦଗ୍ଧ ଚିନ୍ତିବେ

ନଆସୁ କାହାରି ଭକ୍ତି।


କେଉଁ ବଡପଣେ ଉଡାଉଛ ବାନା

ନଦିଶୁ କାହାକୁ ଦିଗ,

ଭାସିଯାଉଥିବେ ପ୍ରଖର ସ୍ରୋତରେ

ଛାଡିଦିଅ ପ୍ରଭୁ ନାବ।


ତୁମରି ଆଶିଷ ପଡୁନାହିଁ କାନେ

ଖୋଲିଦିଅ ଚଉବାହା,

ପାପି କୁ ପାପର କର୍ମ ଯେ ବୁଝାଅ

ନମିଳୁ କାହାକୁ ରାହା।


ବିଶ୍ବବାସୀ ଦେଖି ହେବେ ହତବାକ

ନୀଳକନ୍ଦରର ସ୍ଥିତି,

ସାଧୁ ଓ ସନ୍ୟାସୀ ତପସ୍ୟା ଭୁଲିବେ

ଜଗନ୍ନାଥ ଦେବେ ମୁକ୍ତି।


ଯୋଡା ଆଷାଢରେ ନବଦେହ ଧର

ନବକଳେବର ପାଇଁ,

ଲକ୍ଷେକ ଭକତ ଅଶ୍ରୁ ନିଗାଡିଲେ

କି ଯଶ ଲଭିବା ପାଇଁ।


++++++++++++++

ଏହି କବିତାଟି ରଚନା କରିଥିଲି ୨୦୧୫ ମସିହା ବେଳର ନବକଳେବର ପାଇଁ ଓ ସ୍ଥାନିତ ହୋଇଥିଲା ଶ୍ରୀକ୍ଷେତ୍ର ରୁ ପ୍ରକାଶିତ ସୁଲେଖା ପତ୍ରିକା ରେ

+++++++++++++++++

ଜୟ ଜଗନ୍ନାଥ

++++++++++

ମାନସ ରଞ୍ଜନ ପଟ୍ଟନାୟକ

ସଭାପତି -ବନ୍ଦନା ସାହିତ୍ୟ ସଂସ୍କୃତି ପରିଷଦ।

ପ୍ରତିଷ୍ଠାତା -ମାନସ ରଞ୍ଜନ ଲାଇବ୍ରେରି

_________++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍