STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ମ୍ୟୁଜିୟମ ଦିବସ

ମ୍ୟୁଜିୟମ ଦିବସ

1 min
183


ସଂଗ୍ରହାଳୟର ଗୁରୁତ୍ଵ କେତେ ଯେ

ସହଜରେ ଅନୁମେୟ

ଯାବତ୍ ଜିନିଷ ଯହିଁ ସଂଗୃହିତ

ସେଇଟି ସଂଗ୍ରାହଳୟ।।

ପ୍ରାଗୈତିହାସିକ ପ୍ରସ୍ତର ଯୁଗଠୁଁ

ଏବେର ସମାଜ ଯାଏଁ

କେତେ ପୁରାତନ ପ୍ରାଚୀନ ବିଶେଷ

ସବୁ ସେ ଗଛିତ ଥାଏ।।

ଐତିହାସିକ ଗବେଷକଙ୍କୁ ତ

ସେଠି ସେ ଖୋରାକ ମିଳେ

ସବୁ ଜିନିଷର ମୂଳ ଖୋଜି ଖୋଜି

ଗବେଷଣା ପଥେ ଚଳେ।।

ପ୍ରାଚୀନ ଜିନିଷ ହେବାକୁ ଦେବାନି

ନଷ୍ଟ ଆଉ କେଉଁ କାଳେ

ସଂଗ୍ରହାଳୟକୁ କରିବା ଯେ ଦାନ

ସଂଗୃହୀତ ହେବ ବଳେ।।

ପର ପିଢି ପାଇଁ ରହିବଟି ସବୁ

ସାକ୍ଷ୍ୟ ପ୍ରମାଣଟି ହୋଇ

ପିଛିଲା କଥାକୁ ଜାଣିବାକୁ ଯେଣୁ

ପ୍ରଯତ୍ନ କରୁଛି ସେଇ।।



Rate this content
Log in