ମୁଁ କନ୍ୟା ବୋଲି
ମୁଁ କନ୍ୟା ବୋଲି
ମାଆ
ତୁମେ ପରା ସର୍ବଂସହା
ଧରିତ୍ରୀ ର ରୂପ
ଜଠରେ ଧରିଲ ମୋତେ
ଆଦରରେ କେତେ।
କୁମାରୀ ଜୀବନ ତେଜି
ନାରୀରୂପେ ହେଲା ଅଭିହିତ
"ମାଆ" ଡାକ ଶୁଣିବାକୁ
ଅଧିରା ହୁଏ ଜନନୀ
ହେଲେ ତୁମେ ।
ମୁଁ କନ୍ୟା ବୋଲି
ଜାଣିଗଲ ଯେବେ
ଭୂମିଷ୍ଠ ହେବାର ଆଗୁ
କରିବାକୁ ନାଶ
ପ୍ରସ୍ତୁତ ହୋଇଲ ତୁମେ।
କିବା ମୋର ଦୋଷ
ପୁତ୍ର ଅବା କନ୍ୟା
ବିହିର ତ ସୃଷ୍ଟି।
କନ୍ୟା ବୋଲି ମାତା
ତୁମ ସ୍ତନୁ ବୋହିବନି
ସେ ଅମୃତର ଧାରା ?
ତୁମ ଗର୍ଭେ ବଢୁଥିଲି
ଦେଖିଲି ସପନ କେତେ
ଭୂମିଷ୍ଠ ମୁଁ ହେବି
ଅନ୍ଧାରୁ ବାହାରି
ଦେଖିବି ମୁଁ
ପରିବ୍ୟାପ୍ତ ଆଲୋକ ଲହରୀ।
ମାତା ହୋଇସାଜଲ ରାକ୍ଷସୀ
ଜନ୍ମ ହେବା ଆଗରୁ
କଲ ଭୃଣ ହତ୍ୟା ।
ଦୟାମାୟା ନାହିଁ ତୁମ ହୃଦେ
ଭୁଲିଗଲ ତୁମେ ବି ତ ନାରୀ
ଧନ୍ୟ ତୁମ ପିତାମାତା
ତୁମକୁ ଦେଲେତ ଜନ୍ମ
ଅନ୍ଧାର ଗହ୍ବରୁ
ପାଇଲ ତ ମୁକ୍ତି ।
ଆଲୋକରେ ହୋଇ ଉଦଭାଷିତ
ରଖାଗଲା ସ୍ବାକ୍ଷର
ହେଲେ ମୁଁ
ଏକ ପ୍ରଶ୍ନବାଚୀ ।
ଦୁନିଆଁ ଆଲୋକ
ନାହିଁ ମୋର ଭାଗ୍ଯେ
ଦେଖିବିକୁ ଦେଲନାହିଁ।
ନିଜ ରକ୍ତେ ଅଧାଗଢ଼ା
କଣ୍ଢେଇ ମୁଁ ଥିଲି
ଭାଙ୍ଗିଦେଲ ମୋତେ
ରହିଗଲା ସ୍ବପ୍ନ
ତଥାପି ବି ତୁମେ ମୋର
ଅଟ ମାତାପିତା ।