STORYMIRROR

Saroj Kumar Jena

Others

3  

Saroj Kumar Jena

Others

ମୁଁ ଅଟେ ବ୍ୟାଘ୍ର ,ଦିଅ ସୁରକ୍ଷା

ମୁଁ ଅଟେ ବ୍ୟାଘ୍ର ,ଦିଅ ସୁରକ୍ଷା

1 min
12K


ମୁହିଁ ଅଟେ ବ୍ୟାଘ୍ର ସ୍ଵଭାବ ମୋ ଉଗ୍ର

    ଭକ୍ଷଣ କରେ ମୁଁ ମାଂସ ,

କରିବାକୁ ବାସ ନାହିଁ ଯେ ସାହସ

   ବଂଶ ମୋ ହେଉଛି ହ୍ରାସ ।୧।

କରିବାକୁ ବାସ କରୁଛନ୍ତି ଧ୍ଵଂସ

   ଜଙ୍ଗଲର ପରିବେଶ ,

ମୋତେ କରି ନାଶ ନିଅନ୍ତି ମୋ ନିଶ

   ଏହି କଳିର ମଣିଷ ।୨।

କଲେ ମୁଁ ଗର୍ଜନ ଯେତେ ଘନ ଘନ

   ନର ନୁହେଁ ଭୟଭୀତ ,

ଦିନ ଯେ ଆସିବ ଛବି ଖାଲି ଥିବ

    ସଂସାରୁ ହୋଇବି ଲୁପ୍ତ ।୩।

ବେଳ ଥାଉ ଥାଉ ରକ୍ଷା ଟିକେ ପାଉ

  ଆମର ଜାତୀୟ ପଶୁ ,

ବ୍ୟାଘ୍ର କୁ ମରଣ ଦିଅ ନାହିଁ ଜନ

   ମୁଣ୍ଡରେ ବୁଦ୍ଧି ପ୍ରବେଶୁ ।୪।

ଆମର ସୁରକ୍ଷା ଆମ ହାତେ ରକ୍ଷା

  ବାଘକୁ ଦେବା ସୁରକ୍ଷା ,

ଆମକୁ ଦେଖିଣ ଅନ୍ୟ ଦେଶ ଜାଣ

  ଏଥିରୁ ପାଇବେ ଶିକ୍ଷା ।୫।


Rate this content
Log in