STORYMIRROR

SIPRA NAMTA

Others

3  

SIPRA NAMTA

Others

ମୁହୂର୍ତ୍ତର ସ୍ବପ୍ନ

ମୁହୂର୍ତ୍ତର ସ୍ବପ୍ନ

1 min
13.6K


ଚାଲ ,ଅସହାୟ ମୁହୂର୍ତ୍ତକୁ ସାଉଁଟି ଆଣିବା

ବାର ହାତ ଶାଢ଼ୀ ପଣତ ଓ ଦଶ ହାତ ଧୋତି

ର ଧଡିରେ ବାସ୍ତବିକତାର ମଧୁର ବନ୍ଧନରେ

କେବେ ନ ଫିଟିବାର ଗଣ୍ଠିଟିଏ ଦେବା

ହୃଦୟର ଅଳିନ୍ଦ ନୀଳୟର ସୁକ୍ଷ୍ମ ଧମନୀ ଓ

ଅସଂଖ୍ୟସ୍ନାୟୁ କୋଷିକାର ଶିରା ପ୍ରଶିରାରେ ,

ଲାଲ ସମ୍ପର୍କର ଅଣୁ ପରମାଣୁ ତିଆରି କରିବା ।।

ଚାଲ, ଆକାଶର ଅଗଣାରେ ଗଢ଼ିଦେବା

ବଉଦର ଭସା ବାଲିରେ ,ବେଦନାର ସିମେଣ୍ଟ ଦେଇ

ବିଶ୍ୱାସର ମାଟିରେ ଦୁଇହାତ ଆଙ୍ଗୁଳି ମିଶାଇ

କାନ୍ଥ ପରେ କାନ୍ଥ ଯୋଡି ଅଭଙ୍ଗା ଘରଟିଏ ତୋଳି

ହଜିଯାଇଥିବା ଦିନ ସବୁ ଖୋଜି ଆଣିବା

ପ୍ରେମ ତଟିନୀର କୁଳୁକୁଳୁ ଶବ୍ଦରେ ସବୁ କୋହ ଲୁହ

ଭସେଇ ,ଓଠରେ ହସ ଚେନାଟିଏ ଆଙ୍କିଦେବା ।।

ଚାଲ, ବନ୍ଧୁକର ବାରୁଦ ବାସ୍ନାକୁ ଶୁଙ୍ଘିନେବା

ଯେ ,ବାସ୍ନାରେ ସୀମନ୍ତର ସିନ୍ଦୁର ହଜେ ,କୋଳ ଶୁନ୍ୟ ହୁଏ

ଉଗ୍ର ବାଦର ଜ୍ବାଳାରେ ଆଖି ଅନ୍ଧ ହୁଏ

ସନ୍ତ୍ରାସବାଦର ଲାଲ ମାଟିକୁ ଯାଇ ଅଙ୍ଗୁଳିମାଳର କଥା କହି

ଶାନ୍ତି, ମୈତ୍ରୀ, ପ୍ରୀତିର ପରଶ ଦେଇ ନିର୍ବାଣ ପଥରେ

ପୁଣି ଥରେ ଫେରାଇଆଣିବା ସାମ୍ୟବାଦର ପ୍ରଚାର କରି

ମାନଵାଦର ଜୟଗାନ କରିବା ।।

------- ------- ---- ---- -----

ସିପ୍ରା ନାମତା ( ନମ୍ରତା )8249850168

ତୁଳସୀଚୌରା

ବାରିପଦା

ମୟୁରଭଞ୍ଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍