ମୋ ଦୁନିଆ
ମୋ ଦୁନିଆ
1 min
122
ମୁଁ ଏଠି କହିବାକୁ ଗର୍ବ ନାହିଁ ମୋର
ଚିହ୍ନା ଅଚିହ୍ନା ସଭିଏଁ ମୋର ଆପଣାର ।
ନିରିହ ନିଷ୍କପଟ ଉଦାର ହୃଦୟ ତଳେ
ପାଣି ଫୋଟକା ର ସରଳ ପ୍ରମାଣ ମିଳେ ।
ନିତିଦିନ ଜୀବନିକା ଜୀବନ ସକାଳରେ
ଉଲ୍ଲସିତ ହୁଏ ଛିଦ୍ର ପ୍ରତିବିମ୍ବ ପ୍ରାଙ୍ଗଣରେ ।
ରାମ ରହିମ ହେଉ କି ଜୋସେଫ୍ କ୍ଲିଣ୍ଟନ
ନଜର ଦରବାରରେ ଏଠି ସଭିଏଁ ସମାନ।
