STORYMIRROR

BIKRAM MOHANTY

Others

3  

BIKRAM MOHANTY

Others

ଆଖି ପଲକରେ ରହିଥିବୁ ସବୁଦିନ

ଆଖି ପଲକରେ ରହିଥିବୁ ସବୁଦିନ

1 min
13.9K


ସାରୁ ପତରରେ ପାଣି ଧରିବୁନି

ଟଳ ମଳ ହେଇ ଢଳିଯିବ,

ଖାଲି ପାଦରେ ଯମା ବୁଲିବୁନି

କମଳରେ କଣ୍ଟା ଫୁଟିଯିବ,

ପୁନେଇଁ ରାତିରେ ଚାହିଁବୁନି ଆକାଶକୁ

ଚନ୍ଦ୍ରମା ଲାଜରେ ଲୁଚିଯିବ,

ସପନ ଦୋଳିରେ ଖେଳିବୁନି ଦୋଳି

ଅଧା ସ୍ଵପ୍ନରେ ଛିଡିଯିବ,

ସର ଲବଣୀକୁ ଶିକାରେ ରଖିବୁନି

କହ୍ନେଇ ଚୋରେଇ ନେବ,

ସମ୍ପର୍କ ଡୋରିରେ ଜଗାକୁ ବାନ୍ଧିବୁନି

ମାୟାରେ ବୁଡ଼େଇ ଦେବ।

✍️.......ବିକ୍ରମ ମହାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍