Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Others

4  

Ajit Kumar Raut

Others

ମୋ ବାପା ମୋ ଆଦର୍ଶ

ମୋ ବାପା ମୋ ଆଦର୍ଶ

1 min
182



କର୍ମ ଭୂମି ଏହି ଧର୍ମ ଭୂମି ଏହି

ଏହି ତ କର୍ତ୍ତବ୍ୟ ଭୂମି,

ପିତୃ ସେବା ଭୂମି ଆଦର୍ଶର ଭୂମି

ଏହି ତ ଭାରତ ଭୂମି।୧।


ଇତିହାସ ଯାର କର୍ତ୍ତବ୍ୟେ ଜଡ଼ିତ

ନିଃସ୍ୱାର୍ଥ କର୍ମର ଭୂମି,

ଯେଉଁ ଦେଶେ ଜନ୍ମ ରାଧାକୃଷ୍ଣଙ୍କର

ଗୌରବମୟ ଏ ଭୂମି।୨


ସୀତାରାମ ଜନ୍ମ ପବିତ୍ର ଭୂମିରେ

ପିତୃ ମାତୄ ସେବା ଭୂମି।

କର୍ତ୍ତବ୍ୟ ହିଁ ଯାର ପୂର୍ବ ଇତିହାସ

ଜନକଲ୍ୟାଣର ଭୂମି।୩।


ଏହି ଦେଶେ ଜନ୍ମ ହୋଇଛି ଆମର

କର୍ତ୍ତବ୍ୟେ ଜଡ଼ିତ ଆମେ,

ପିତୃ ସେବା ଅଟେ କର୍ତ୍ତବ୍ୟ ଆମର

ପାଳନ କରିବା ଆମେ।୪।


ପାଳନ କରନ୍ତି ଦୁଃଖ କଷ୍ଟ ସହି

ପିତୃ ମାତୄ ହିଁ ଆମର,

ଅଗାଧ ପ୍ରେମରେ ଜଡ଼ିତ ରହନ୍ତି

ଆଦର ତାଙ୍କ ଅପାର।୫।


ଭୁଲି ହେବ ନାହିଁ ତାଙ୍କ ତ୍ୟାଗ ପ୍ରେମ

ଥିବା ଯାଏ ଏ ଜୀବନ,

ଶୁଝି ହେବ ନାହିଁ ତାଙ୍କ ଅବଦାନ

ସେବା ପଥେ ରହୁ ମନ।୬।


ଗୁରୁ ମୋର ପିତା ଗୁରୁ ମୋର ମାତା

ଜୀବନେ ଆଧାର ସେହୁ,

ଏ ଜୀବନ ରହୁ ତାଙ୍କରି ଚରଣେ

ଭକ୍ତି ନିତ୍ୟେ ମୋର ରହୁ।୭।


ଜୀବନ ସାର୍ଥକ ତେବେ ହିଁ ହୋଇବ

ନିଅଣ୍ଟ ନ ହେଉ ତାଙ୍କ,

ସବୁ ସୁବିଧାରେ ପରିପୂର୍ଣ୍ଣ ହେଉ

ଖୁସି ରହୁ ମନ ତାଙ୍କ।୮।


ପିତୃ ମାତୄ ସେବା ସର୍ବୋପରି ମୋର

ନ ଭୁଲିବି ମୁହିଁ କେବେ,

ଧର୍ମ ପରାୟଣ ଦେଶେ ଜନ୍ମ ମୋର

ବିମୁଖ ନ ହେବି କେବେ।୯।


କର୍ମ ଭୂମି ଏହି ଧର୍ମ ଭୂମି ଏହି

ଏହି ତ କର୍ତ୍ତବ୍ୟ ଭୂମି,

ପିତୃ ସେବା ଭୂମି ଆଦର୍ଶର ଭୂମି

ଏହି ତ ଭାରତ ଭୂମି।୧୦।



Rate this content
Log in